ବାସୁଦେବପୁର: ବିଜୟଶ୍ରୀ ରାଉତରାୟ ଙ୍କ ଜନ୍ମ ତିଥି ରେ ବିଜୟଶ୍ରୀ ରାଉତରାୟ ସ୍ମୃତି ପରିଷଦ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ବିଜୟଶ୍ରୀ ହେଉଛନ୍ତି ପ୍ରତିଟି ଓଡିଶା ବାସୀ ଙ୍କର ହୃଦୟ ର ରାଜ କରୁଥିବା ଏକ ସୁନ୍ଦର ମଣିଷ । ଓଡି଼ଶାର ଜନପ୍ରିୟ ନେତା ତଥା ବାସୁଦେବପୁରର ନବନିର୍ମାତା ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ଜନ୍ମ ତିଥି ଓ ସ୍ମୃତି ଉଦ୍ଧେଶ୍ୟରେ ବୃକ୍ଷ ରୋପଣ ସହ ମେଧାବୀ ସମ୍ମାନ ସମାରୋହ – ୨୦୨୪ ରେ ଯୋଗଦେବା ଅବସରରେ ଯୁବନେତା ବିଷ୍ଣୁବ୍ରତ ରାଉତରାୟ ମହୋଦୟ ଓ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମହୋଦୟ ଓ ଢେଙ୍କାନାଳର ପୂର୍ବତନ ସାଂସଦ ରବି ପାଣିଗ୍ରାହୀ ଓ ଭଣ୍ଡାରପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ ସାମଲ ଓ ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରବି ସାମଲ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସ ଓ ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା , ଏହି ଅବସର ରେ ବିଗତ ଦଶମ ଶ୍ରେଣୀ ପରୀକ୍ଷା ରେ a 1 ଗ୍ରେଡ ରେ ଉତ୍ତୀର୍ଣ୍ଣ ପିଲା ମାନଙ୍କୁ ଓ ସର୍ବାଧିକ ନମ୍ୱର୍ ରଖି ଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସଭା କାର୍ଯ୍ୟ କୁ ଶିକ୍ଷକ ଗୟାଧର ଦାସ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.