ଶିକ୍ଷାଗ୍ରାମ ଫାଉଣ୍ଡେସନ୍ ଟ୍ରଷ୍ଟ ତରଫରୁ ଭିନ୍ନକ୍ଷମ ବାଳକବାଳିକାମାନଙ୍କ ପାଇଁ ନୃତ୍ୟ ଓ ହସ୍ତକଳା କର୍ମଶାଳା

6

ଭୁବନେଶ୍ୱର :  ଶିକ୍ଷାଗ୍ରାମ ଫାଉଣ୍ଡେସନ୍ ଟ୍ରଷ୍ଟ ତରଫରୁ ଆଜି ସ୍ଥାନୀୟ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନଠାରେ ଭିନ୍ନକ୍ଷମ ବାଳକବାଳିକାମାନଙ୍କ ପାଇଁ ଏକ ନୃତ୍ୟ ଓ ହସ୍ତକଳା କର୍ମଶାଳାର ଆୟୋଜନ ହୋଇଯାଇଛିା ଏହି କର୍ମଶାଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବାଳକବାଳିକାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିବିଧ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲୋ

Imageସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ କୁମାର ରାଉତରାୟ ଭିନ୍ନକ୍ଷମ ବାଳକବାଳିକାମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ସରକାର ନେଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇଥିଲୋ
Imageମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ସୀମା ମିଶ୍ର ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବାଳକବାଳିକାଙ୍କ ସାମଗି୍ରକ ବିକାଶ କିପରି ହୋଇପାରିବ ସେ ଉପରେ ଆଲୋକପାତ କରିଥିଲୋ ଶିକ୍ଷାଗ୍ରାମ ଫାଉଣ୍ଡେସନ୍ ଟ୍ରଷ୍ଟର ଟ୍ରଷ୍ଟୀ ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ଭିନ୍ନକ୍ଷମ ଶିଶୁମାନଙ୍କ ସାମାଜିକ ଗ୍ରହଣୀୟତା, ସ୍ୱାବଲମ୍ବିତା ଓ ସ୍ୱାସ୍ଥ୍ୟଶିକ୍ଷାର ବିକାଶ ପାଇଁ ଟ୍ରଷ୍ଟର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେଇଥିଲୋ
Imageକର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ଭିନ୍ନକ୍ଷମ ବାଳକବାଳିକାମାନେ ବୃକ୍ଷରୋପଣ କରିବା ସହିତ “ପୃଥିବୀ ପାଇଁ ବୃକ୍ଷର ଉପକାରିତା’ ବିଷୟରେ ଅବଗତ ହୋଇଥିଲୋ ଦ୍ୱିତୀୟ ପର୍ଯ୍ୟାୟରେ ଭିନ୍ନକ୍ଷମ ଶିଶୁମାନେ ନୃତ୍ୟ ଓ ହସ୍ତକଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୋ ତୃତୀୟ ପର୍ଯ୍ୟାୟରେ ଶିଶୁମାନଙ୍କ ବାପାମା’ମାନେ ଭିନ୍ନକ୍ଷମ ଶିଶୁମାନଙ୍କୁ ଚିକିତ୍ସା କରୁଥିବା ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲୋ ଶେଷ ପର୍ଯ୍ୟାୟରେ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲାା

Image

 

Leave A Reply

Your email address will not be published.