ପଦ୍ମପୁର :- ଭାରତ ସରକାରଙ୍କ ଦ୍ୱାରା ଗତ ତା ୨୨/୭ରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି l ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ ପାଳନ କରାଯାଇଥିଲାବେଳେ ଆଜି ଏହାର ଉଦଯାପନୀ ଦିବସ ପାଳନ କରାଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷା ସପ୍ତାହର ବିଭିନ୍ନ ଦିବସର କାର୍ଯ୍ୟକ୍ରମକୁ ଆଲୋଚନା କରାଯିବା ସହିତ ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ନବୋଦୟ ବିଦ୍ୟାଳୟର କର୍ମଚାରୀ ଶ୍ରୀଯୁକ୍ତ ରାଜେଶ ସାହୁ, ଶ୍ରୀଯୁକ୍ତ ବିକ୍ରମ ସିଂ ତଥା ଗୋବିନ୍ଦ ପଣ୍ଡିତ ସେମାନଙ୍କର ନବୋଦୟ ଦିନକୁ ଛାତ୍ର ଛାତ୍ରୀଙ୍କ ସହିତ ସାମିଲ କରିବା ସହିତ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମଳୟ କୁମାର ବିଶ୍ୱାଳ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.