ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟଭାବେ ଗଢ଼ିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ-ରାଜ୍ୟପାଳ

5

ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରିବାରେ ମାଧ୍ୟମ ସାଜିବ 

ଭୁବନେଶ୍ୱର (୨୭.୦୭.୨୦୨୪)- ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ସାଜିବ ବୋଲି ରାଜ୍ୟପାଳ ରଘବର ଦାସ କହିଛନ୍ତି । ଚଳିତ ଜୁଲାଇ ୨୭ ତାରିଖ ଶନିବାର ଦିନ ପୂର୍ବାହ୍ନରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆନୁକୂଲ୍ୟରେ ଗ୍ରାଣ୍ଡ ଲୁମିନି କନଭେନସନ୍ରେ ଆୟୋଜିତ ଦୁଇ ଦିନିଆ ନିଯୁକ୍ତି ମେଳାକୁ ଉଦ୍ଘାଟନ କରି ରାଜ୍ୟପାଳ ଶ୍ରୀ ଦାସ ଏହା କହିଛନ୍ତି । ଏତଦ୍ବ୍ୟତୀତ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟଭାବେ ଗଢ଼ିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି ।

Image ଉଦ୍ବୋଧନ ଛଳରେ ଯୁବପୀଢିଙ୍କୁ ସଶକ୍ତକରଣ କରି ସେମାନଙ୍କୁ ରାଷ୍ଟ୍ରୀୟ ବିକାଶରେ ଯୋଡ଼ିବାରେ ନିଯୁକ୍ତିଦାତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏ ଦିଗରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ନେଇଥିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ରାଜ୍ୟପାଳ କହିଥିଲେ ଯେ ମାନବ ସମ୍ବଳର ବିକାଶ ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏ ଦିଗରେ ଶିଳ୍ପାନୁଷ୍ଠାନ / କର୍ପୋରେଟ୍ ସେକ୍ଟର ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ନିଯୁକ୍ତି ମେଳାର ସୁଯୋଗ ନେଇ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଯୁବ ସମୁଦାୟଙ୍କୁ କହିଥିଲେ । ଭାଷଣ ପ୍ରସଙ୍ଗରେ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ ରାଜ୍ୟର ୩୦ଟି ଜିଲ୍ଲା ବୁଲିଛନ୍ତି ଏବଂ ରାଜ୍ୟରେ ବିକାଶର ଅପାର ସମ୍ଭାବନା ରହିଛି ବୋଲି ଉପଲବ୍ଧି କରିଛନ୍ତି । ଓଡ଼ିଶାରେ ମାନବ ସମ୍ବଳ, ପ୍ରାକୃତିକ ସମ୍ବଳ, ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମି ଓ ବନ୍ଦର ରହିଛି ।

Imageରାଜ୍ୟରେ ଶିଳ୍ପ କରିଡ଼ର ମାଧ୍ୟମରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
Imageଉକ୍ତ ଉଦ୍ଘାଟନୀ ସମାରୋହରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଓଡ଼ିଶା ରାଜ୍ୟ କମିଟିର ଚେୟାରମ୍ୟାନ୍ ଜେ.ବି. ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଭାଇସ୍ ଚେୟାରମ୍ୟାନ୍ ରାଜୀବ ସାହୁ, କନଭେନର ଶ୍ରୀମତୀ ସିକତା ଦାସ, ଉପଦେଷ୍ଟା ବି.ଏନ୍. ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରି ନିଯୁକ୍ତି ମେଳାର ଉଦେ୍ଧଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.