ବାସୁଦେବପୁର – ଅବକାରୀ ବିଭାଗ ବାସୁଦେବପୁର ପକ୍ଷ ରୁ ସ୍ଥାନୀୟ କମାର ଗାଁ ଛକ ନିକଟରେ ଚଢ଼ାଉ କରାଯାଇ ଆଠ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ତାପସ କୁମାର ମହାନ୍ତି, ଭୋଇ ସାହି ଚନ୍ଦିଆ ବୋଲି ସୂଚନା ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ସହ ଏକ ସ୍କୁଟି ଗାଡ଼ି ଜବତ କରାଯାଇଛି। ଜବତ ସାମଗ୍ରୀ ର ମୂଲ୍ୟ ଗଞ୍ଜେଇ ଓ ସ୍କୁଟି ଗାଡ଼ି ସହ ଏକ ଲକ୍ଷ ତେର ହଜାର ଟଙ୍କା ଆନୁମାନିକ ହେବ ବୋଲି ସୂଚନା ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ନରୋତ୍ତମ ମିଶ୍ର ଙ୍କ ସହ ଓ ଆଇ ସି ନଟବର ମଲ୍ଲିକ, ଏ ଏସ ଆଇ ଭବେସ ଚନ୍ଦ୍ର ଦାସ, ଖଗେଶ୍ବର ଜେନା, ସୁଭଦ୍ରା ବାରିକ୍, ସୁମନ୍ତ ମହନ୍ତ, ମନୋଜ ରଣା ଉପସ୍ଥିତ ଥିଲେ। ଅବକାରୀ ବିଭାଗ ପକ୍ଷରୁ କେସ ନମ୍ୱର୍ ୬୯/୨୪-୨୫ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଗଣ ମାଧ୍ୟମ କୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.