ନବୋଦୟ ବିଦ୍ୟାଳୟରେ ‘ଗଛଟିଏ ମାଆ ପାଇଁ’ ଦିବସ ପାଳିତ।

5

ପଦ୍ମପୁର :- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ”ସାମ୍ପ୍ରଦାୟିକର ଯୋଗଦାନ ଦିବସ” ବା (Community involvement day) ପାଳିତ ହୋଇଯାଇଛି l ଏହି ଦିବସରେ ‘ଗଛଟିଏ ମାଆପାଇଁ’ କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଯାଇଛି ଯେଉଁଥିରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ମାଆ ତଥା ଅଭିଭାବକ ମାନେ ଯୋଗ ଦେଇ ବିଦ୍ୟାଳୟ ତଥା ଆଖପାଖରେ ବୃକ୍ଷ ରୋପଣ କରିଥିଲେ ଯାହାକି ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି କରିଥିଲା l ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀ ଶିକ୍ଷା ସପ୍ତାହ ଦିବସର ମହତ୍ତ୍ୱ ସାଙ୍ଗକୁ ମଣିଷ ଜୀବନରେ ଗଛର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ବିଦ୍ୟାଳୟର eco club ଅଧିକାରୀ ଶ୍ରୀଯୁକ୍ତ ସୁରେଶ କୁମାର ମିଶ୍ର ଏବଂ ଇତିସ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ l ବିଦ୍ୟାଳୟର ଏଭଳି ଏକ ପରିବେଶ ଉପଯୋଗି କାର୍ଯ୍ୟକ୍ରମକୁ ସାଧାରଣ ଜନତା ତଥା ଅଭିଭାବକମାନେ ଭୂୟଶୀ ପ୍ରଶଂସା କରିବା ସହିତ ଅଧ୍ୟକ୍ଷଙ୍କର ଏଭଳି କାର୍ଯ୍ୟକ୍ରମ ଆୟୋଜନର ମନୋଭାବ ନିମନ୍ତେ ତାଙ୍କୁ ସାଧୁବାଦ ଜଣାଇଛନ୍ତି l

Leave A Reply

Your email address will not be published.