ବାଲୁଗାଁ (ସେକ କୌସର ): ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ପାରଳାଖେମୁଣ୍ଡିରୁ ବିହାର ଅଭିମୁଖେ ସ୍କର୍ପିଓ ଗାଡ଼ିରେ ୩ ଜଣ ବ୍ୟକ୍ତି ଯାଉଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ବିଷ୍ଣୁଡ଼ିହ ଛକ ଜାତୀୟ ରାଜପଥରେ ଗାଡିକୁ ଅଟକାଇଥିଲେ। ତେବେ ସେହି ସମୟରେ ପଛପଟୁ ଏକ ଅଜଣା ଗାଡି ଉକ୍ତ ସ୍କର୍ପିଓକୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଗାଡ଼ିରେ ଥିବା ଦୁଇ ଅଜଣା ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି।
ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଶବ ଓ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।
Sign in
Sign in
Recover your password.
A password will be e-mailed to you.