ସୋଆରେ ଭିଏତନାମର ସାଂସ୍କୃତିକ ଦଳ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ

5

ଭୁବନେଶ୍ୱର, ଜୁଲାଇ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନରେ ଆସିଥିବା ଭିଏତନାମର ୨୦ ଜଣିଆ ସାଂସ୍କୃତିକ ଦଳ ବୁଧବାର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଉପସ୍ଥିତ ଥିବା ଭରପୂର ଦର୍ଶକଙ୍କ ସମ୍ମୁଖରେ ଚିତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ।
ଭିଏତନାମର ନିନ ଥୁଆନ୍ ପ୍ରଦେଶରୁ ଆସିଥିବା କଳାକାରମାନେ ଖ୍ରୀଷ୍ଟପୂର୍ବ ୪୦୦ ଠାରୁ ୧୪୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଢ଼ି ଉଠିଥିବା ଚାମ୍ ସଭ୍ୟତା ସହ ଜଡ଼ିତ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ ।
ଚାମ୍ ନୃତ୍ୟ (ଯାହାକୁ କି ଅପ୍ସରା ନୃତ୍ୟ ବୋଲି କୁହାଯାଇଥାଏ) ତାହାର ଅନେକ ସାମଞ୍ଜସ୍ୟ ଓଡ଼ିଶାର ଶାସ୍ତ୍ରୀୟ ଏବଂ ସାମରିକ ନୃତ୍ୟ ସହ ରହିଥିବାର ଦେଖିବାକୁ ମିଳିଥାଏ ।
ଏହି ସାଂସ୍କୃତିକ ଦଳର ନେତୃତ୍ୱ ନେଇଥିବା ଭିଏତନାମର ନିନ ଥୁଆନ୍ ପ୍ରଦେଶର ସଂସ୍କୃତି, କ୍ରୀଡ଼ା ଏବଂ ପର୍ଯ୍ୟଟନ ବିଭାଗର ଭାଇସ୍ ଡାଇରେକ୍ଟର ଶ୍ରୀ ଭାନ୍ କୋଙ୍ଗ ହୋଆ ଭାରତ ଏବଂ ଭିଏତନାମ ମଧ୍ୟରେ ଦୀର୍ଘ ସମୟର ବନ୍ଧୁତା ସମ୍ପର୍କରେ ଆଲୋକପାତ କରିବା ସହ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ସୋଆକୁ ଧନ୍ୟବାଦ ଜଣାଇଥିଲେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଶ୍ୱବିଦ୍ୟାଳୟର ଆଉଟରିଚ୍ ପ୍ରୋଗ୍ରାମ୍ର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଏନ୍ଏସ୍ଏସ୍ ଆଂଚଳିକ ନିର୍ଦ୍ଦେଶିକା ଡକ୍ଟର ସରିତା ପଟେଲ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୋଆର ଛାତ୍ରଛାତ୍ରୀମାନେ ମଧ୍ୟ ଓଡ଼ିଶୀ ଓ ଲୋକନୃତ୍ୟ ଏବଂ ରାଜସ୍ଥାନୀ ସଂଗୀତ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ ।

 

Leave A Reply

Your email address will not be published.