ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା

5

ଭୁବନେଶ୍ବର, (ଚକ୍ରଧର ମାଝି) : ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବାପୁଜିନଗର ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ।

ସୂଚନା ଅନୁଯାୟୀ, ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ। ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି। ମୃତ୍ୟୁର କାରଣ ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.