ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଜୀବା ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷା ସପ୍ତାହ ପାଳନ ଅବସରରେ ୨ୟ ଦିନରେ ଏଫଏଲଏନ ତଥା ଭାଷା ସାହିତ୍ୟ ଓ ଗାଣିତିକ ଜ୍ଞାନ ଦିବସ ପାଳନ

6

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି:-୨୦୨୦ ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସହାୟତାରେ ଗଜପତି ଜିଲ୍ଲାର ଆକାଙ୍ଗକ୍ଷୀ ବ୍ଲକ୍ ଗୁମ୍ମା ଅନ୍ତର୍ଗତ ଜୀବା ସ୍ଥିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନର ୨ୟ ଦିନ ଅବସରରେ ଏଫଏଲଏନ: ତଥା ଭାଷା ସାହିତ୍ୟ ଓ ଗାଣିତିକ ଜ୍ଞାନ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି ଅବସରରେ ଜୀବା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇ ଶିକ୍ଷାକୁ ପିଲାଙ୍କ ଠାରେ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହି ଏଫଏଲଏନ ତଥା ଭାଷା ସାହିତ୍ୟ ଓ ଗାଣିତିକ ଜ୍ଞାନ ଶିକ୍ଷା ମାଧ୍ୟମରେ ପିଲାଟି ବୁଝି ପଢ଼ିବା ସହ ଦୈନନ୍ଦିନ ଜୀବନର ସମସ୍ୟାରେ ସମାଧାନରେ ଗଣିତକୁ ବ୍ୟବହାର କରି ଦକ୍ଷତା ହାସଲ କରିବା ଦିଗରେ ସହାୟକ ହୋଇପାରିବ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଆରମ୍ଭ ପାସୂପୁରେଡି ଏବଂ ଶ୍ରୀମତୀ ପ୍ରମିଳା ଶବର ପ୍ରମୁଖ ଯୋଗଦେଇ ଏହି ଭାଷା ସାହିତ୍ୟ ଓ ଗାଣିତିକ ଜ୍ଞାନ କାର୍ଯ୍ୟକ୍ରମ ଦ୍ଵାରା ପିଲା ମାନେ କିଭଳି ଉପକୃତ ହେବା ସହ ଶିକ୍ଷାର ମାନ ବୃଦ୍ଧି ହେବାରେ କିଭଳି ସହାୟକ ହେବ ସେ ସମ୍ପର୍କରେ ବୁଝାଇଥିଲେ।
କାର୍ଯ୍ୟକ୍ରମ ପାଳନ ଅବସରରେ ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷୟତ୍ରୀ ପ୍ରମିଳା ଶବର ଅଭିନୟ ନାଚ , ଗୀତ , ଶିକ୍ଷକ ଶ୍ରୀ ଆରମ୍ଭ ପାସୁପୁରେଡି ଚିତ୍ର ପଠନ ଓ ମୌଖିକ ଜ୍ଞାନ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରି ମାନେ ପିଲାମାନଙ୍କୁ ନୂତନ ପଦ୍ଧତିରେ ଗଣିତ ଶିକ୍ଷା ଦାନ ଏବଂ ଡିକୋଡ଼ିଙ୍ଗ ଶିକ୍ଷା ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ଙ୍କ ସମେତ ଦୁଇଜଣ ଛାତ୍ରଛାତ୍ରୀ ଏହି ଶିକ୍ଷା ସପ୍ତାହର ଭାଷା ସାହିତ୍ୟ ଓ ଗାଣିତିକ ଜ୍ଞାନ ଦିବସ କାର୍ଯ୍ୟକ୍ରମ ଦ୍ଵାରା କିଭଳି ଉପକୃତ ହେବେ , ସେ ସମ୍ପର୍କରେ କହିଥିଲେ।
ଏଭଳି ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନର ଦ୍ଵିତୀୟ ଦିନରେ ଗଜପତି ଜିଲ୍ଲାର ୯୧୮ ଗୋଟି ରହିଥିବା ସମସ୍ତ ସରକାରୀ ପ୍ରାଥମିକ , ଉଚ୍ଚ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ପାଳିତ ହୋଇଥିଲା।

Leave A Reply

Your email address will not be published.