ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟରେ ଜାତୀୟ ସେବା ସଂସ୍ଥା (NSS) ଓ ୟୁଥ ରେଡକ୍ରସର ମିଳିତ ଉଦ୍ୟମରେ ହେମନ୍ତ କୁମାର ପଣ୍ଡା, ୟୁଥ ରେଡକ୍ରସ କାଉନସେଲର (କ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ ପଧାନ, ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ସତ୍ୟସାଇ ସେବା ସଂଗଠନର ସଂଯୋଜକ ବ୍ୟାସଦେବ ପାତ୍ର, ଅଧ୍ୟାପକ ମାନସ କୁମାର ଦାଶ, ସୁନୀଲ ପାଣିଗ୍ରାହୀ, ଅଧ୍ୟାପିକା ପ୍ରତୀକ୍ଷା ଡନସନା, ପିଙ୍କି ରଥ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସଂଯୋଜିକା ସଙ୍ଘମିତ୍ରା ସାହୁ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ଗଛ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ ଭାରପ୍ରାପ୍ତ ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ମାଧ୍ୟମରେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗରେ ଏହି କାର୍ଯ୍ୟକ୍ରମରେ ୧୦୦ ଗୋଟି ବୃକ୍ଷର ସଫଳ ରୋପଣ କରାଯାଇଅଛି ।
Sign in
Sign in
Recover your password.
A password will be e-mailed to you.
Prev Post
ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିଥିବାରୁ କେନ୍ଦ୍ରୀୟ ବଜେଟ୍କୁ ପ୍ରଶଂସା କରିଛି ସିଆଇଆଇ ଓଡିଶା
Next Post