ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିଥିବାରୁ କେନ୍ଦ୍ରୀୟ ବଜେଟ୍‌କୁ ପ୍ରଶଂସା କରିଛି ସିଆଇଆଇ ଓଡିଶା

6

ଭୁବନେଶ୍ୱର: ସିଆଇଆଇ ଓଡିଶା କେନ୍ଦ୍ରୀୟ ବଜେଟ ୨୦୨୪-୨୫କୁ ଏକ ଅଭିବୃଦ୍ଧି ଭିତିକ ବଜେଟ ଭାବେ ପ୍ରଶଂସା କରିଛି ଏବଂ ଏଭଳି ଏକ ଉତ୍ସାହଜନକ ଓ ସନ୍ତୁଳିତ ବଜେଟ ଉପସ୍ଥାପନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛି । ଯଦିଓ ଏହି ବଜେଟ ଏକ ବିସ୍ତୃତ ବଜେଟ ଅଟେ ତଥାପି ଏହା କିଛି ନିର୍ଦ୍ଧିଷ୍ଟ କ୍ଷେତ୍ର ଯେପରିକି ଏମ୍‌ଏସ୍‌ଏମଇ , କୃଷି, ଭିତିଭୂମି, ଦକ୍ଷତା, ଟେକ୍ନୋଲୋଜି, ଉଦ୍ଭାବନ ଓ ବ୍ୟବସାୟ କରିବାର ସହଜତା ଆଦି ଉପରେ ଗୁରୁତ୍ୱ ଦେଇଛି ।

Imageସିଆଇଆଇ ଓଡିଶା ଷ୍ଟେଟ୍ କାଉନସିଲର ଅଧ୍ୟକ୍ଷ ଏବଂ ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ, ଡଃ ପ୍ରଦୀପ୍ତ ମହାନ୍ତି ଏହି ପରିବର୍ତନଶୀଳ ବଜେଟକୁ ପ୍ରଶଂସା କରିଛନ୍ତି ଯେଉଥିରେ କୃଷି ଓ ଏହା ସମ୍ବନ୍ଧିତ କ୍ଷେତ୍ରଗୁଡିକ ପାଇଁ ୧.୫୨ ଲକ୍ଷ କୋଟି ଟଙ୍କା ଆବଂଟନ କରାଯାଇଛି । ଏସମ୍ପର୍କରେ ସେ କହିଛନ୍ତି, “ ଆମେ ଦେଶରେ ଏମ୍‌ଏସ୍‌ଏମ୍‌ଇ ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଏକ ପ୍ରମୁଖ ଗୁରୁତ୍ୱ ଦିଆଯାଇଥିବାର ଦେଖି ଖୁବ୍ ଆନନ୍ଦିତ । କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଶିଳ୍ପ ସହ ସହଭାଗିତାରେ ୱର୍କିଂ ୱମେନ୍‌ସ ହଷ୍ଟେଲ ଓ କ୍ରେଚ୍ ସ୍ଥାପନ କରି କର୍ମବଳରେ ମହିଳାମାନଙ୍କ ଅଧିକ ଅଂଶଗ୍ରହଣକୁ ସୁଗମ କରିବା ଉପରେ ଗୁରୁତ୍ୱ ଦେଇଛି ।” ଡଃ ମହାନ୍ତି ପୁଞ୍ଜି ନିବେଶ କ୍ଷେତ୍ରରେ ୧୧.୧୧ ଲକ୍ଷ କୋଟି ଟଙ୍କାର ଆବଂଟନକୁ ସମଗ୍ର ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରେରଣା ଭାବେ ଉଲ୍ଲେଖ କରିଛନ୍ତି ।

ସିଆଇଆଇ ଓଡିଶା ଷ୍ଟେଟ କାଉନସିଲର ଉପାଧ୍ୟକ୍ଷ ଏବଂ ବେଦାନ୍ତ ଲିମିଟେଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ବଜେଟ ସମ୍ପର୍କରେ ନିଜର ମତବ୍ୟକ୍ତ କରି କହିଛନ୍ତି, “ କେନ୍ଦ୍ରୀୟ ବଜେଟ ଏମ୍‌ଏସ୍‌ଏମ୍‌ଇ ଓ ନିର୍ମାଣ କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି ଯେଉଁଥିରେ ନିର୍ମାଣ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ କ୍ରେଡିଟ୍ ଗ୍ୟାରେଂଟି ସ୍କିମ ରହିଛି ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ଯନ୍ତ୍ରପାତିର କ୍ରୟ ଲାଗି ଟର୍ମ ଲୋନ୍‌କୁ ସୁଗମ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, “ ଭାରତ ସରକାର ଘରୋଇ ଉତ୍ପାଦନ, ବିଶେଷ କରି ହାଇ-ଟେକ୍ ସେକ୍ଟରଗୁଡିକୁ ବୃଦ୍ଧି କରିବା, ନିଯୁକ୍ତି ସୃଷ୍ଟି କରିବା ଓ ଉଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୪ ଏକ ସନ୍ତୁଳିତ ଓ ସମାନ ଟିକସ ବ୍ୟବସ୍ଥା ସୃଷ୍ଟି କରିବା, ଟିକସ ଅନୁପାଳନକୁ ଉନ୍ନତ କରିବା ଏବଂ ଲକ୍ଷିତ ପ୍ରୋତ୍ସାହନ ଓ ସୁଧାର ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଲକ୍ଷ୍ୟ ରଖିଛି ।”

Imageସିଆଇଆଇ ଓଡିଶା ଷ୍ଟେଟ୍ କାଉନ୍ସିଲର ପୂର୍ବତନ ଅଧ୍ୟକ୍ଷ ଏବଂ ଏସାର ମିନ୍‌ମେଟ ଲିମିଟେଡର ନିର୍ଦ୍ଦେଶକ, ସଞ୍ଜୟ ପଟ୍ଟନାୟକ କହିଛନ୍ତି, “ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ତାଲିମ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ଆବଂଟନ କରିବାକୁ ପ୍ରସ୍ତାବ ଦେଇଛି । ପ୍ରତିବର୍ଷ ୨୫୦୦୦ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ଥିବା ସଂଶୋଧିତ ମଡେଲ ସ୍କିଲ ଲୋନ ସ୍କିମ୍ ଦେଶରେ ନୂତନ ନିଯୁକ୍ତି ସୁଯୋଗ ଓ ଶିଳ୍ପ ପ୍ରସ୍ତୁତ ସଂଶାଧନଗୁଡିକର ଉପଲବ୍ଧତା ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରିବ । ସେ ଆହୁରି ମଧ୍ୟ କହିଛନ୍ତି, “ ୫୦୦ ଅଗ୍ରଣୀ କମ୍ପାନୀରେ ନିଯୁକ୍ତି ସହିତ ଆସନ୍ତା ୫ ବର୍ଷରେ ୧ କୋଟି ଯୁବପିଢିଙ୍କ ପାଇଁ ଇଂଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିବା ଲାଗି ଏକ ନୂତନ ପଦକ୍ଷେପର ଘୋଷଣା ନିର୍ମାଣ କ୍ଷେତ୍ରରେ ଦକ୍ଷତା ବିକାଶ, ନିଯୁକ୍ତି କ୍ଷମତା ବୃଦ୍ଧି କରିବା ସହ ଭବିଷ୍ୟତର ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବ ।” ଆଧୁନିକ ଅର୍ଥନୀତିର ଚାହିଦାକୁ ପୂରଣ କରିବା ପାଇଁ ଏହି ବଜେଟ ମାନବ ପୁଞ୍ଜି ବୃଦ୍ଧି କରିବା, ଧନ୍ଦାମୂଳକ ତାଲିମ ପ୍ରଦାନ କରିବା ଓ ଡିଜିଟାଲ ସ୍ୱାକ୍ଷରତାକୁ ଉନ୍ନତ କରିବା ଉପରେ ମହତ୍ୱ ଦେଇଛି ।”

Imageସିଆଇଆଇ ଷ୍ଟାର୍ଟଅପ୍ ଟାସ୍କଫୋର୍ସ ଇଷ୍ଟର୍ଣ୍ଣ ରିଜିଅନର ସହ-ଅଧ୍ୟକ୍ଷ ଏବଂ ସ୍ୱଦେଶ ଇନ୍‌ଫ୍ରା ମାର୍କେଟିଂ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସ୍ୱୟମ ବରାଳ କହିଛନ୍ତି, “ କେନ୍ଦ୍ରୀୟ ବଜେଟ ଆଜି ଶିଳ୍ପ ଅଭିବୃଦ୍ଧି ଉପରେ ଏକାଧିକ ଗୁରୁତ୍ୱକୁ ହାଇଲାଇଟ୍ କରିଛି । ପୂର୍ବୋଦୟ ଉପରେ ମହତ୍ୱ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଓ ଛତିଶଗଡ ସମେତ ପୂର୍ବାଂଚଳ ଭାରତ ପାଇଁ ଏକ ବିସ୍ତୃତ ବିକାଶ ଯୋଜନା ସୃଷ୍ଟି କରିବ । ଓଡିଶା ଓ ଏହାର ଗନ୍ତବ୍ୟସ୍ଥଳୀଗୁଡିକରେ ପର୍ଯ୍ୟଟନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲା । ଦେଶରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ଷ୍ଟାର୍ଟଅପ୍‌ଗୁଡିକ ଲାଗି ଆଞ୍ଜେଲ ଟିକସ ଛାଡ ଆଉ ଏକ ସଫଳତା ଅଟେ ।”

 

Leave A Reply

Your email address will not be published.