ଫୁଲବାଣୀ/ଭୁବନେଶ୍ୱର : ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ କର୍ମଚାରୀକୁ ମାଡ଼ ଘଟଣାରେ ରାଜ୍ୟବ୍ୟାପୀ ସମାଲୋଚନା ସହ ବିଧାନ ସଭାରେ ବିରୋଧୀ ଦଳଙ୍କ ଦ୍ୱାରା ଅଚଳାବସ୍ଥା ସୃଷ୍ଟି ଯୋଗୁ ବିରୋଧର ସମ୍ମୁଖୀନ ହେଉଥିବା ବେଳେ ସେପଟେ ଝଟକା ଆସିଛି ବିଜେପି ପାଇଁ କନ୍ଧମାଳ ଜିଲ୍ଲାରୁ | ବିଜେପି ହାତରୁ ଖସି ଯାଇଛି ଫୁଲବାଣୀ ପୌର ଅଧ୍ୟକ୍ଷ ପଦ | ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟି ଆଜି ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ ୧୦-୦ ମତରେ ପରାଜିତ ହୋଇଛନ୍ତି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ମତଦାନରେ ଅଂଶଗ୍ରହଣ କରିଥିଲେ। ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇ ଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ବିଜେପିର ଦୁଇ କାଉନସିଲର ଆଜିର ବୈଠକରେ ଅନୁପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ସ୍ମିତାରାଣୀ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ପୌରାଧ୍ୟକ୍ଷା ହୋଇଥିଲେ। ବର୍ତ୍ତମାନ ଫୁଲବାଣୀ ପୌର ପରିଷଦରେ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ବିଜେପିର ୪ ଜଣ ଅଛନ୍ତି। ଦୁଇ ସ୍ବାଧୀନ କାଉନସିଲର ବିଜେଡିକୁ ସମର୍ଥନ ଦେଉଛନ୍ତି।
ଗତ ଏପ୍ରିଲ ଦଶ ତାରିଖରେ ପୌରାଧ୍ଯକ୍ଷା ଶ୍ରୀମତୀ ମହାନ୍ତି ଙ୍କ ବିରୋଧରେ ଦୁର୍ନୀତି,ଅନିୟମିତତା ଓ ପ୍ରିୟାପ୍ରିତି ତୋଷଣ କରୁଥିବା ଅଭିଯୋଗ ଆଣି ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ । ପତ୍ର ପାଇବା ପରେ ବୈଠକ ପାଇଁ ଏପ୍ରିଲ ୨ ୩ ତାରିଖ ଧାର୍ଯ୍ୟ କରି ସମସ୍ତ ୧୩ ଜଣ କାଉନସିଲର ଙ୍କୁ ଚିଠି ଦେଇଥିବା ବେଳେ ଅଧ୍ଯକ୍ଷ। ଙ୍କୁ ଚିଠି ଦେଇନଥିଲେ |ଫଳରେ ଏହା ବିରୋଧ ରେ ଅଧ୍ଯକ୍ଷ। ସ୍ମିତା ରାଣୀ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ପୌରଧ୍ଯକ୍ଷାଙ୍କୁ ଜୁଲାଇ ୧୯ ରେ ନୋଟିସ ଦେଇଏ ଡ଼ିଏମ ଙ୍କ ଉପସ୍ଥିତି ରେ ବୈଠକ ପାଇଁ ଦିନ ଧାର୍ଯ୍ୟ କରି ଥିଲେ । ହେଲେ ସ୍ବାସ୍ଥ୍ୟ ଗତ କାରଣ ଦର୍ଶାଇ ଏଡିଏମ ଛୁଟିରେ ଚାଲିଯିବ। ଫଳରେ ସେଦିନର ବୈଠକ ସୁଗିତ ରଖ୍ ପ୍ରଶାସନ ଆଜି ଦିନ ଧାର୍ଯ୍ୟ କରିଥିଲା | ଅନାସ୍ଥା ରେ ପୌରାଧକ୍ଷ। ଙ୍କ ପଦବୀ ଯିବା ପରେ ଏହି ପଦବୀ ପାଇଁ ଉପ ନିର୍ବାଚନ ହେବ ବୋଲି ଜଣାପଡିଛି । ନିର୍ବାଚନ ଅଧିକାରୀ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ବୈଠକ ପରିଚାଳନା କରିଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହିକି ଯେ ବିଜେପି ର କାଉନସିଲର ର ଅଧ୍ଯକ୍ଷ। ଙ୍କୁ ବିରୋଧ କରି ଭୋଟ ଦେଇଥିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜେପି ଅଧ୍ଯକ୍ଷ। ସ୍ମିତା ରାଣୀ ମହାନ୍ତି ଙ୍କୁ ବହିଷ୍କାର ଘଟଣା ରାଜ୍ୟ ରେ ପ୍ରଥମ । ଏହି ଘଟଣା ନିଶ୍ଚିତ ଭାବେ ମୋହନ ସରକାର ଙ୍କ ସମ୍ମାନ ପ୍ରତି ଝଟକା ବୋଲି କହିଲେ ଭୁଲ ହେବନାହିଁ ।
Sign in
Sign in
Recover your password.
A password will be e-mailed to you.