ରାଉରକେଲା, ୨୩ା୭ : ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀ ଓ ବିଜେପି ରାଜ୍ୟ ପ୍ରବକ୍ତା ଧିରେନ ସେନାପତି ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ବେଦବ୍ୟାସ ପୀଠ ବ୍ରାହ୍ମଣୀ ନଦୀ ଉପରେ ହେବାକୁ ଥିବା ଝୁଲା ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଏବଂ ଏହି ପୋଲ ପାଇଁ ପାଖାପାଖି ୭୬ କୋଟି ଟଙ୍କା ବ୍ୟୟବରାଦ କରିବାକୁ ଅନୁରୋଧ ଜଣାଇଛନ୍ତି ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ବ୍ୟୟବରାଦ ସହ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉଭୟ ସ୍ଥାନୀୟ ବିଜେପି ନେତୃବର୍ଗଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହି ପୋଲ ନିର୍ମାଣ ସହ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ବେଦବ୍ୟାସ ପୀଠ ବିକାଶ ମଞ୍ଚର ଆବାହକ ବଦ୍ରିନାରାୟଣ ପାଢୀ, ଯୁଗ୍ମ ଆବାହକ ବିଭୂତି ଦାଶ ଓ ସମସ୍ତ ସଦସ୍ୟଙ୍କ ତରଫରୁ କରାଯାଇଥିବା ଦାବିକୁ ବର୍ତ୍ତମାନର ମୋହନ ସରକାର ଗ୍ରହଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ଓ ଭାରତୀୟ ଜନତା ପାର୍ଟି ଏବଂ ବେଦବ୍ୟାସ ପୀଠ ବିକାଶ ମଞ୍ଚର ସମସ୍ତ ସଦସ୍ୟଙ୍କ ତରଫରୁ ଓଡିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.