ବେଲଗୁଣ୍ଠା :(ଶିବରାମ ଚୌଧୁରୀ )-ସରସ୍ଵତୀ ଶିଶୁ ବିଦ୍ୟା ଭବନ, ବେଲଗୁଣ୍ଠା ର ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ପାଳିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଆଜ୍ଞାଧୀନ ଓ ଶୃଙ୍ଖଳା ଉପରେ ଜ୍ଞାନ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ।ଶିକ୍ଷାଅନୁଷ୍ଠାନ ର ସଂପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ରେ ଗୁରୁଭକ୍ତି ର ଆବଶ୍ୟକତା ଉପରେ ଆଲୋକପାତ କରି ଏକଲବ୍ୟ, ଆରୁଣି ଆଦି ଆଦର୍ଶ ଶିଷ୍ୟ ମାନଙ୍କର ଉଦାହରଣ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ଶିବରାମ ଗୁରୁଜୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ପ୍ରମୋଦ ଗୁରୁଜୀ ଛାତ୍ର ଛାତ୍ରୀ ଙ୍କ ଶୃଙ୍ଖଳା ଜ୍ଞାନ ବୃଦ୍ଧି ପାଇଁ ଐତିହାସିକ ଓ ପୌରାଣିକ ଉଦାହରଣ ଦେଇଥିଲେ।ମନୋଜ ଗୁରୁଜୀ,ଆଶା ଗୁରୁମା,ସୁମିତ୍ରା ଗୁରୁମା କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ।ସୁମିତ୍ରା ଗୁରୁମା ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଗୁରୁବନ୍ଦନା ଗାନ କରିବା ସହ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ। ପରିଶେଷରେ ଶାନ୍ତି ପାଠ କରାଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.