ବାଲୁଗାଁ (ସେକ କୌସର ): ଵାଣପୁର ବାଲୁଗାଁ ରୋଟାରୀ କ୍ଳବ ଅନ୍ନପୂର୍ଣ୍ଣା ଦିବସ ପାଳନ କରିବା ଅଵସରରେ ଵାଣପୁର ସବ ଜେଲ ନିକଟସ୍ଥ ଲଡୁକେଶ୍ବର ବୃଦ୍ଧାଶ୍ରମରେ ଥିଵା ଅନ୍ତେଵାସୀ ମାନଙ୍କୁ ଅଧ୍ୟାହ୍ନ ଭୋଜନରେ ଆପାୟିତ କରିଵା ସହିତ ସମସ୍ତ ଅନ୍ତେବାସୀଙ୍କୁ ନୂତନ ଵସ୍ତ୍ର ଓ ମାସିକିଆ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଆଶ୍ରମ ଦାୟୀତ୍ଵରେ ଥିବା ନାରାୟଣ ବାବୁଙ୍କ ଅନୁରୋଧ ରକ୍ଷା କରି ୧୨ ଗୋଟି ୧୨ ଫୁଟିଆ ଟିଣ ଚଦର ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ କୁମାର ନାୟକ, ପ୍ରାକ୍ତନ ସଭାପତି ଵିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ଅଶୋକ କୁମାର ପାତ୍ର, ରଵିନାରାୟଣ ନାୟକ, ଜଗଦୀଶ ପ୍ରସାଦ ଲାଖୋଟିଆ, ରଵିନାରାୟଣ ପାଲ, ଓ ନନ୍ଦକିଶୋର ମିଶ୍ର ଏବଂ ସଭ୍ୟ ରଵିନ୍ଦ୍ର ନାଥ ପ୍ରଧାନ, ସୋମନାଥ ସୁବୂଦ୍ଧି, ହିମାଂଶୁ ପାତ୍ର, ସଚ୍ଚିଦାନନ୍ଦ ସେଠୀ, ପ୍ରମୋଦ ପୃଷ୍ଟି, ଡ.ଚିନ୍ତାମଣି ମିଶ୍ର, ଡ଼ ସୁନୀଲ ପଟ୍ଟନାନୟକ, ଓ ମନୋରଞ୍ଜନ ଵାରିଜ ପ୍ରମୂଖ ସହଯୋଗ କରିଥିଲେ।ଆସନ୍ତା ରବିବାର ୨୮ ତାରିଖ ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ଯନ୍ତ ବାଲୁଗାଁ ଅଶୋକ ନଗର ସ୍ଥିତ ଶ୍ରୀ ଶ୍ରୀ ଉମା ମହେଶ୍ଵର ଵଣିକ ସଘ ସଭା ଗୂହଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିଵିର ଅନୁଷ୍ଠିତ ହେଵ। ଏଥିରେ ଵହୁ ମାତ୍ରାରେ ଯୋଗଦାନ କରି ସଫଳ କରାଇଵା ନିମନ୍ତେ ସଭାପତି ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.