ବଣାଇଁ,(ବସନ୍ତ କୁମାର ଜେନା) : ଗତକାଲି ରାଜାମୁଣ୍ଡା ବାଇପାସ ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ହାଇଓ୍ବା ଧକ୍କାରେ ମୃତକ ୩ ଜଣ ଶ୍ରମିକଙ୍କ ପରିବାରକୁ ଆଜି ୧୦ ଲକ୍ଷଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଲହୁଣୀପଡା ତହସିଲଦାର ବବଲୁ ପିରେଇ ,ସହାୟକ ଶ୍ରମ ଅଧିକାରୀ ପ୍ରଶାନ୍ତ ସୁନା , ଲହୁଣୀପଡାଥାନା ଅଧିକାରୀଙ୍କ ଉପସ୍ଥିତି ରେ ମୃତକ ଶ୍ରମିକ ଖରିଆବାହାଲର ଗ୍ରାମର ଶୁକ୍ରାମ ମୁଣ୍ଡାରୀ (୩୩ ବର୍ଷ)ଓ ମଦନ ମୁଣ୍ଡାରୀ (୨୯)ଏବଂ କେ ବଲାଂଗ ଗ୍ରାମର ଉମେଶ ପ୍ରସାଦ ପାତ୍ର(୩୪) ଙ୍କ ପରିବାର ବର୍ଗ କୁ ଆରକେଡି କଣ୍ଟ୍ରକଶନ ପ୍ରାଇବେଟ ଲିମିଟେଡ ର ଅଧିକାରୀ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ା ଏହାଛଡା ଆସନ୍ତା ମାସରୁ କଂପାନୀ ତରଫରୁ ତିନି ପରିବାରକୁ ପ୍ରତିମାସ ୭୦୦୦ ଟଙ୍କା ଦିଆଯିବ ା ଏହା ବ୍ୟତୀତ ଉପଜିଲ୍ଲାପାଳ ବଣାଇଁ ଲହୁଣୀପଡା ତହସିଲଦାର ଓ ବଣାଇଁ ସହାୟକ ଶ୍ରମ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ଶୀଘ୍ର ପ୍ରଦାନ କରି FARAH Scheme ଅନ୍ତର୍ଗତ ଦୁର୍ଘଟଣା ଜନୀତ କ୍ଷତିପୂରଣ ଓ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ମଧ୍ୟ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ, ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post