ମା ରମାଦେବୀଙ୍କ ଶ୍ରାଦ୍ଧ ଦିବସ ପାଳିତ

5

ଜଗତସିଂହପୁର,ତା-୨୨.୦୭.୨୦୨୪/ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ , ସ୍ଵାଧୀନତା ସଂଗ୍ରାମୀ,ସମାଜ ସେବୀ ତଥା ନାରୀ ନେତ୍ରୀ ମା ରମାଦେବୀ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ମା ରମାଦେବୀ ଚୌଧୁରୀଙ୍କ ଙ୍କ ପ୍ରତିମୂର୍ତ୍ତି ରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମା ରମାଦେବୀ 3 ଡିସେମ୍ବର 1899 ରେ ଜନ୍ମ ଗ୍ରହଣ କରିଥିଲେ ଓ 22 ଜୁଲାଇ 1985 ରେ ଇହଲୀଳା ସମ୍ବରଣ କରିଥିଲେ। ଏହି ପବିତ୍ର ଅବସରରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ,ନିର୍ବାହୀ ଅଧିକାରୀ ପୌରପରିଷଦ କଳ୍ପିତା କୁମାରୀ ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ଦୀପକ ପଟ୍ଟନାୟକ , ପୌର ପରିଷଦ କର୍ମଚାରୀ ବିଚିତ୍ରାନନ୍ଦ ପାଲ, ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Leave A Reply

Your email address will not be published.