ରାଉରକେଲା,(ବସନ୍ତ କୁମାର ଜେନା):ଓଡିଶାର ଖ୍ୟାତନାମା ମସଲା କମ୍ପାନୀ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ୍ ସର୍ବଦା ତାହାର ଗୁଣବତ୍ତା ସହିତ ସହିତ ଦେଶର ସମସ୍ତ ପର୍ବକୁ ବଡ଼ ହର୍ଷ ଓ ଉଲ୍ଲାସର ସହିତ ପାଳନ କରିବା ପାଇଁ ପରିଚିତ। ଗୁରୁ ପୂର୍ଣିମାକୁ ଗୁରୁମାନଙ୍କ ଶିକ୍ଷା ଓ ସେମାନଙ୍କର ମାର୍ଗଦର୍ଶନକୁ ଉତ୍ସର୍ଗ କରିବାର ସୁଯୋଗ ମାନାଯାଏ। ଏହି ଉତ୍ସବ ଗୁରୁ-ଶିଷ୍ୟ ପରମ୍ପରାକୁ ମଜବୁତି ଦିଏ ଓ ଗୁରୁମାନଙ୍କର ମହତ୍ତ୍ଵକୁ ଉଜାଗର କରେ। ଶିଷ୍ୟମାନେ ସେମାନଙ୍କ ଗୁରୁଙ୍କ ଚରଣରେ ଶ୍ରଦ୍ଧା ଅର୍ପଣ କରନ୍ତି ଓ ସେମାନଙ୍କର କୃପା ଓ ଆଶୀର୍ବାଦ ପ୍ରାପ୍ତିର କାମନା କରନ୍ତି। ଫ୍ୟାକ୍ଟରୀ ପରିସରରେ ପ୍ରଥମେ ଦରବାରରେ ସଜା ଗୋ-ମାତା , ଗୁରୁମାତା ଓ ପିତରଙ୍କୁ ଦ୍ୱୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ସି.ଏମ୍.ଡି ଶ୍ରୀ ଗଣେଶ ପ୍ରସାଦ ବଗଡିଆ, ସି.ଇ.ଓ ଶ୍ରୀ ଅମିତ ଅଗ୍ରୱାଲଙ୍କ ଦ୍ଵାରା କରାଯାଇଥିଲା। ସେମାନଙ୍କ ଉପସ୍ଥିତି ଓ ଭାଷଣ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲା। ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଗୃହସ୍ଥୀ ହିଁ ଏକ ଏପରି ସଂସ୍ଥା ଯେଉଁଠାରେ ସମସ୍ତ ପୂଜାରେ ତାହାର କର୍ମଚାରୀମାନେ ବିନା କୌଣସି ସଂକୋଚରେ ବଢ଼ଚଢ଼ କରି ଭାଗ ନେଇ ପୂଜା ଅର୍ଚ୍ଚନା କରନ୍ତି ଏଠାରେ ପ୍ରତ୍ୟେକ ତ୍ୟୋହାରରେ ଏକ ପରିବାର ମାହଲ ରହିଥାଏ,
ଏହି ପୂଜାରେ ସିତାରାମଜୀ ବଗଡିଆ, ସଙ୍ଗୀତା କୁଣ୍ଡୁ, ଅଞ୍ଜଳି ସାହୁ, ରତନ କଂସାରୀ, ଚନ୍ଦ୍ରକାନ୍ତ ନାୟକ, ପ୍ରଫୁଲ୍ଲ ପାତ୍ର, ସୁଭାଶ୍ରୀ ରେ, ସ୍ୱର୍ଣ୍ଣ ପ୍ରିୟା ନାୟକ, ଭବାନୀ ବସ୍ତିଆ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.