ଅଖିଳ ଭାରତୀୟ ସାହିତ୍ଯ ପରିଷଦ, ଗଜପତି ଜିଲ୍ଲା ଶାଖା “ମହେନ୍ଦ୍ର ତନୟା ସାହିତ୍ଯ ସଂସଦ” ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ

5

 https://youtu.be/5qjsmHWUJKk

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ବ୍ଯାସ ପୂର୍ଣ୍ଣିମା ଉପଲକ୍ଷେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ, ଗଜପତି ଜିଲ୍ଲା ଶାଖା “ମହେନ୍ଦ୍ର ତନୟା ସାହିତ୍ଯ ସଂସଦ” ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ଅତି ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବରେ ପାରଳାଖେମୁଣ୍ଡି ସ୍ଥିତ ଦେବୀମଠର ମଠାଧୀଶ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଯୋଗ ଦେଇ ଭାରତୀୟ ସଂସ୍କୃତି , ଧର୍ମ , ଦର୍ଶନ ପ୍ରଚାରରେ ଗୁରୁମାନଙ୍କ ବିଶେଷତ୍ବ ଉପରେ ଆଲୋଚନା କରିଥିଲେ। ସଂସଦର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଗୁରୁ ପରମ୍ପରାର ପ୍ରାରମ୍ଭ ଓ ଧାରାବାହିକତା ଉପରେ ଆଲୋଚନା କରିଥିଲେ। ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଡ.କଲ୍ୟାଣୀ ମିଶ୍ର ତାଙ୍କ ଅଭିଭାଷଣରେ ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ ବା ପ୍ରଜ୍ଞାଗୁରୁଙ୍କ ଉପରେ ଆଲୋକପାତ କରିଥିଲେ।
ଆଲୋଚନାରେ ଆଚାର୍ଯ୍ଯ ବିନୋଦ ଚନ୍ଦ୍ର ଜେନା , ଅଧ୍ୟାପକ ସୌଦାଗର ସିଅ , ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା , ଶ୍ରୀମତୀ ମୀନା ଟହଲ , ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀମତୀ ବବିତା ପୁରୋହିତ , ଶ୍ରୀ ମନୋଜ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇ ଗୁରୁପୂର୍ଣ୍ଣିମା ପାଳନର ବିଶେଷତ୍ବ ଉପରେ ଆଲୋଚନା କରିଥିଲେ।
ସଭା ପ୍ରାରମ୍ଭରେ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରଥ ଅତିଥି ପରିଚୟ ଦେଇଥିବା ବେଳେ ଜ୍ଯୋତିର୍ମୟୀ ଓ ଆଦ୍ଯାଲିପ୍ସା ଗୁରୁ ବନ୍ଦନା ଗାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସ୍ନିଗ୍ଧା ମିଶ୍ର ପରିଚାଳନା କରିଥିଲେ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଂଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.