ନିର୍ବାଣ ଟ୍ରଷ୍ଟ ପକ୍ଷରୁ ନାରାୟଣ ସେବା କାର୍ଯ୍ୟକ୍ରମ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି – ରାୟଗଡ ଜିଲ୍ଲା ଗୁଣୁପୁର ସଦର ଠାରେ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଆନୁକୁଲ୍ୟରେ ନାରାୟଣ ସେବା କାର୍ଯ୍ୟକ୍ରମଟି ଗୁଣୁପୁର ପୁରୁଣା ବସ ଷ୍ଟାଣ୍ଡ ପାଖ ବାଘୁଆ ମନ୍ଦିର ନିକଟସ୍ଥ ସରସ ଏଙ୍ଗଲୋ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। . ଉକ୍ତ ଶିବିରକୁ ଅଖିଳ ଭାରତ ସନ୍ଥ ସମିତି ପୂର୍ବ ଭାରତ ମନ୍ତ୍ରି, ଅଖିଳ ଭାରତ ସନ୍ଥ ସମିତି ଓଡିଶା ସଙ୍ଗଠନ ମନ୍ତ୍ରି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଚେୟାରମ୍ଯାନ ସ୍ଵାମି ନିର୍ବାଣାନନ୍ଦ ଗିରିଙ୍କ ସଭାପତିତ୍ୱରେ ଉଦଘାଟନ ହୋଇଥିଲା । ଟ୍ରଷ୍ଟ ର କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଦୀପ କୁମାର ପାଢ଼ୀ, ଶ୍ରୀ ବିବେକ କୁମାର ଦାସ,ଶ୍ରୀ ସୁବୁଦ୍ଧି ଭେଙ୍କେଟ ରାଓ,ଶ୍ରୀ କତକଟା ଭେଙ୍କେଟ ରାଓ, ଶ୍ରୀ ଗୋବିନ୍ଦ ଗୋଗାରଙ୍ଗା, ଶ୍ରୀ ମନୋଜ କୁମାର ଦାସ , ଶ୍ରୀ ସୁଜିତ କୁମାର ରଥ,ଶ୍ରୀ ବିଜୟ କୁମାର ଦାସ, ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶ୍ରୀ ଯାମି ନାଇଡୁ ଶ୍ରୀ କୋଣା ଲୋକନାଥ, ଶ୍ରୀ ଉଲ୍କା ରବି,ଶ୍ରୀ ପି.ଶିବ କୁମାର , ଏମ ଆଶୋକ କୁମାର, ଶ୍ରୀମତୀ ପ୍ରତିଭା ରଥ, କୁମାରୀ ସୁଜାତା ଦାସ, ଶ୍ରୀମତି ଚାରୁବାଳା ଶତପଥୀ, କୁମାରୀ ସୁଜାତା ପାତ୍ର, କୁମାରୀ ବିଜୟଲକ୍ଷ୍ମୀ ଦେଓ, କୁମାରୀ ଅନିତା ଦାସ,ଶ୍ରୀ ଚିନ୍ନାରି ସାଗର, ଶ୍ରୀ ବାଦଲ ପାଣି,ଶ୍ରୀ ପିଲ୍ଳା ପ୍ରସାଦ, ଶ୍ରୀ ଲୋକେଶ୍ୱର ରାଓ, ଶ୍ରୀ ଜଗନ୍ନାଥ ପାଢ଼ୀ (ଦୂର୍ଗୀ), ଶ୍ରୀ ଟୁନା ଷଡ଼ଙ୍ଗୀ ( ଦୁର୍ଗୀ), ଶ୍ରୀ ଅଶୋକ ଗୌଡ଼, ଶ୍ରୀ ଧନଞ୍ଜୟ ମହଙ୍କୁଡ ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ 84 ଜଣ ଦୁଃଖୀ ରଙ୍କିଙ୍କୁ ଅନ୍ନପ୍ରସାଦ ସହିତ ସମସ୍ତଙ୍କୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଛତା ବଣ୍ଟନ ସହ କିଛି ଅର୍ଥ ସହାୟତା ରାଶି ବଣ୍ଟନ କରାଯାଇଥିଲା।

 

Leave A Reply

Your email address will not be published.