(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ) : ସମାଜର ମଙ୍ଗଳ ପାଇଁ ସବୁବେଳେ ସବୁ ସମୟରେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ବ୍ରତ ହେବା ଆବଶ୍ୟକ l କାରଣ ପରିବେଶ ସୁସ୍ଥ ରହିବା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ସମ୍ଭବ, ଯାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଶାରଦା ପ୍ରସାଦ ପ୍ରଧାନ l ବିଧାୟକ ଶାରଦାଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲିରେ ସଚ୍ଛ ଭାରତ ଅଭିଯାନରେ ମାହାଙ୍ଗା ଵିକାଶ ପରିଷଦର ଶତାଧିକ ସେଚ୍ଛାସେବୀ ମାନେ ଯୋଗ ଦେଇ ସଫେଇ କାର୍ଯ୍ୟ କରିଛନ୍ତି। ସୂଚନାଥାଉକି ଗତ ୧୮ ତାରିଖରେ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ଯୋଗଦାନ କରିଥିବାରୁ ଉକ୍ତ ଉତ୍ସବରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗଦାନ କରିଥିଲେ l ଏହି ଅବସରରେ ସମସ୍ତ ଜନସାଧାରଣଙ୍କ ପାଇଁ ସୁସ୍ୱାଦୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ଯାହା ଫଳରେ କାର୍ଯ୍ୟକ୍ରମ ସଭା ସ୍ଥଳରେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡି ରହିଥିଲା l ବର୍ଷା ଦିନ ହୋଇଥିବାରୁ ଉକ୍ତ ସ୍ଥାନ କିଭଳି ସ୍ୱଚ୍ଛ ରଖାଯିବା ସହିତ ଅଳିଆ ଆବର୍ଜନା ଗୁଡିକ ପରିଷ୍କାର କରାଯିବ ସେ ନେଇ ବିଧାୟକ ଶ୍ରୀ ପ୍ରଧାନ ସ୍ୱଛ ଭାରତ ଅଭିଯାନରେ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି l ଏହି ସ୍ଥାନ ଗୁଡ଼ିକରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ସେଚ୍ଛାସେବୀ ମାନେ ସଫା କରି ଟ୍ରାକ୍ଟର ସାହାଯ୍ୟରେ ଦୂର ସ୍ଥାନରେ ଫୋପାଡ଼ିଥିବା ବେଳେ ପରିବେଶ ସ୍ୱଚ୍ଛ ପାଇଁ ବ୍ଲିଚିଂ ପାଉଡ଼ର ମଧ୍ୟ ପକାଇଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟଶୀ ପ୍ରଶଂସା କରାଯାଇଛି l
Sign in
Sign in
Recover your password.
A password will be e-mailed to you.