ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ଦ୍ୱିତୀୟ ବୃହତ୍ ବ୍ୟାଙ୍କ ଭାବେ ପରିଚିତ ହେଉଥିବା ବ୍ୟାଙ୍କ ଅଫ୍ ବରୋଦା ସୋହେଲା ରେ ଖୋଲିଛି ଗୋଟିଏ ଶାଖା। ଏହି ନୂତନ ଶାଖା କୁ ଆଞ୍ଚଳିକ ମୁଖ୍ୟ ଦେବୀ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡଃ ଶିଶିର କୁମାର ସାହୁ ଓ ସମାଜସେବୀ ଅନୀଲ କୁମାର ପଧାନ ଯୋଗଦେଇଥିଲେ। ପ୍ରଥମେ ଅତିଥି ମାନେ ଦୀପ ପ୍ରଜ୍ଵଳନ କରି ବ୍ୟାଙ୍କ ର ପ୍ରତିଷ୍ଠାତା ମହାରାଜ ସାୟାଜୀ ରାଓ ଗାଏକୱାଡ଼ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପରେ ଶାଖା ପରିଚାଳକ ଦେବଦର୍ଶୀ ସାହୁ ଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ସଭାରେ ଆଞ୍ଚଳିକ ମୁଖ୍ୟ ଶ୍ରୀ ମହାନ୍ତି ସମାଜର ସବୁ ବର୍ଗର ଲୋକ ଆମ ବ୍ୟାଙ୍କ ରୁ ସେବା ପାଇପାରିବେ ତଥା ଉତ୍ତମ ସେବା ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ କୁମାର ପାତ୍ର,ଅବସର ପ୍ରାପ୍ତ ଶିକ୍ଷକ ଅଗସ୍ତି ପ୍ରଧାନ, ଅରୁଣ ସାହୁ, ଚାଷୀ ନେତା ଗଣତନ୍ତ୍ର ପ୍ରଧାନ, ମନୋରଞ୍ଜନ ପ୍ରଧାନ ଙ୍କ ସମେତ ଶତାଧିକ ଗ୍ରାହକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post