ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବୃକ୍ଷ ହିଁ ଜୀଵନ, ବୃକ୍ଷ ବିନା ସମସ୍ତ ପ୍ରାଣୀ ଜଗତ ନିଶ୍ଚିହ୍ନ। ସାରା ବିଶ୍ବରେ ଦିନକୁ ଦିନ ପରିବେଶ ଅସନ୍ତୁଳ ହେବାକୁ ଲାଗିଛି। ଏସବୁ ର କାରଣ ଜନ ସମାଜର ମଗଂଳ ପାଇଁ ହେଉ ବା ବିଭିନ୍ନ ଆବଶ୍ୟକତା ପାଇଁ ହେଉ ବଡ଼ ବଡ଼ ବୃକ୍ଷ ମାନେ ବଳି ପଡନ୍ତି। ସେଥିପାଇଁ ସେହି ଆବଶ୍ୟକତା କୁ ପୁରଣ କରିବା ପାଇଁ ଜନସମାଜରେ ଏକ ସଚେତନତା ର ଆବଶ୍ୟକତା ରହିଛି। ତେଣୁ ଉକ୍ତ ବିଷୟକୁ ନେଇ
ଘୁମୁସର ଅଞ୍ଚଳର ଅଗ୍ରଣୀ ପଞ୍ଜିକୃତ କବି ସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ଏକ ଜରୁରୀ ବୈଠକ ଭଞ୍ଜନଗର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା।
ସଂଘ ର ସଭାପତିଙ୍କ ସଭାପତିତ୍ୱରେ ଆୟୋଜନ ହୋଇଥିବା ସଭା ରେ ସଭପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ଙ୍କୁ ସ୍ୱାଗତ କରାଯାଇ ଥିଲା ।ସଭ୍ୟ ମାନେ ଫୁଲ ତୋଡା ସହ ଉପଢୌକନ ସହ ସମ୍ମାନିତ କରାଇଥିଲେ । ଆଗାମୀ ୨୩ ଜୁଲାଇ ରେ ହେବାକୁ ଥିବା ବୃହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କିପରି କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଭଞ୍ଜନଗର ବନବିଭାଗ ଓ କବି ସମ୍ରାଟ ମିଡ଼ିଆ କ୍ଲବ ମିଳିତ ଭାବେ ଦୁଇ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ବରେ ରେ ଚାରାଗଛ ଲଗାଇବା ପାଇଁ ଯୋଜନା ହୋଇଛି ।ତା ସହ ପଥ ପ୍ରାନ୍ତ ସଭା କରିବାର ଯୋଜନା ଅଛି। ଏହା ସହ ଆଜିର ଏହି ପ୍ରସ୍ତୁତି ବୈଠକ ରେ ନୂତନ ସଭ୍ୟ ଗ୍ରହଣ ଓ ସମସ୍ତ ସଭ୍ୟ ମାନଙ୍କ ସଦସ୍ୟତା ଚିଠା ଯାଞ୍ଚ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ କବି ସମ୍ରାଟ ମିଡ଼ିଆ କ୍ଲବ ଉପସଭାପତି ପୁରୁଷୋତ୍ତମ ମହାପାତ୍ର ମଧ୍ୟ ସଭ୍ୟ ମାନଙ୍କ ସହଯୋଗ ଓ ଏକତା ବଜାୟ ରଖିବାକୁ ଉପଦେଶ ଦେଇଥିଲେ। କବିସମ୍ରାଟ ମିଡ଼ିଆକ୍ଳବ୍ ର ସମ୍ପାଦକ ଚିନ୍ମୟ ବେବର୍ତା ଓ ସହ ସମ୍ପାଦକ ଉଦୟନାଥ ପଣ୍ଡା ସଭାକାର୍ଯ୍ୟ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ତତ୍ ସହିତ ସଭାପତିଙ୍କ ଦ୍ୱାରା ଏକ ନୈସ୍ୟ ଭୋଜି ର ଆୟୋଜନ କରାଯାଇଥିଲା।