ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ଓଡ଼ିଶାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଏବଂ ଭାରତ ସରକାରଙ୍କର ସଂସ୍କୃତି ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ୪ର୍ଥ ”ବିମୁଗ୍ଧା” -୨୦୨୪ ମହା ସମାରୋହରେ ଆୟୋଜିତ ହୋଇଯାଇଛି।
ଉକ୍ତ ଉତ୍ସବ ସନ୍ଧ୍ୟା କାର୍ଯ୍ୟ ଅଧିବେଶନରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀମତୀ ଅରୁଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ବାଇଁ , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଓଡିଶୀ ସଂଗୀତ କଣ୍ଠ ଶିଳ୍ପୀ ଗୁରୁ ରଘୁନାଥ ପାତ୍ର , ଓଡିଶୀ ନୃତ୍ୟଶିଳ୍ପୀ ତଥା ଦୂରଦର୍ଶନ ଅଭିନେତ୍ରୀ ଗୁରୁ ଶ୍ରୀମତୀ ପ୍ରତିଭା ପଣ୍ଡା , ବିଶିଷ୍ଟ ନାଟ୍ୟକର୍ମୀ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ନଗରପାଳ , ପାରଳା ପୌର ପରିଷଦ ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଏଥିରେ ବିଭିନ୍ନ ଅନୁଷ୍ଠାନ ର କୃତି ଛାତ୍ରଛାତ୍ରୀ ମାନେ ଓଡିଶୀ ନୃତ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଟତ୍ୱ ପ୍ରଦାନ କରି ପୁରସ୍କୃତ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ପାରଳା ମାଟିର କୃତି ସନ୍ତାନ ତଥା ମଞ୍ଚ ଅଭିନେତା , ନିର୍ଦ୍ଦେଶକ , ନାଟ୍ୟକାର ତଥା ଆକାଶବାଣୀ ଜୟପୁର ସ୍ୱୀକୃତି ପ୍ରାପ୍ତ କଳାକାର (ନାଟକ ବିଭାଗ) ମନୋଜ କୁମାର ପାଢ଼ୀ (ମୁନ୍ନା) ଙ୍କୁ ବିମୁଗ୍ଧା-୨୦୨୪ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ରେ ରହୁଥିବା ଗଜପତି ନିବାସୀ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କର ଅବିଭାବକ ଅନ୍ୟାନ୍ୟ ଜ୍ଞାନୀ ଗୁଣି ବ୍ୟକ୍ତି ଉପସ୍ଥିତ ଥିଲେ
ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପାଦକ ସୀତାକାନ୍ତ ଜେନା ଏବଂ ଅନୁଷ୍ଠାନର ଦୁଇ ଗୁରୁ ବିନ୍ଦୁ ପ୍ରିୟା ବେହେରା ଓ ପ୍ରୀତିପ୍ରିୟା ବେହେରା ପରିଚାଳନା କରିଥିଲେ।
ପାରଳା ମାଟିର କଳାକାର ଙ୍କୁ ରାଜଧାନୀରେ ସମ୍ମାନୀତ କରିଥିବା ଯୋଗୁଁ ଗୁରୁ ରଘୁନାଥ ପାତ୍ର , କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ପାରଳା ଆବାହକ ମଞ୍ଚର ସମ୍ପାଦକ ରାଜକିଶୋର ପାଣିଗ୍ରାହୀ , ରମେଶ ଚୌଧୁରୀ , ନାଟ୍ୟଶିଳ୍ପୀ ମନୋଜ କୁମାର ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପଦାମୃତ ନୃତ୍ୟାୟନ ଅନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post