ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବିଜେ ଶ୍ରୀଶ୍ରୀ ଦଧିବାମନ ଜୀଉ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘୋଷଯାତ୍ରା ଠାରୁ ରତ୍ନବେଦୀ ଛାଡି ଜନ୍ମବେଦିରେ ୯ଦିନ ରହିବା ସହିତ ଲିଳା ଖେଳା ସାରି ରଥାରୂଢ଼ ହୋଇ ଶୁକ୍ରବାର ମନ୍ଦିରରେ ପ୍ରବେଶ କରିଛନ୍ତି।ପ୍ରଭୁଙ୍କ ଆସିବା ଦେଖି ଅଭିମାନୀ ମା’ ଲକ୍ଷ୍ମୀ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ଏବଂ ୬ ଦିନ କହି ୯ଦିନ ରହିବାର କାରଣ ପଚାରିଥିଲେ। ଏନେଇ ପରମ୍ପରା ଅନୁଯାୟୀ ଉଭୟପକ୍ଷ ସେବକ ମାନଙ୍କ ଉପସ୍ଥିତିରେ ଢଗଢମାଳିରେ ଲକ୍ଷ୍ମୀ ଜଗନ୍ନାଥଙ୍କ ବଚନିକା ପରେ ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ମନାଇବାକୁ ଚେଷ୍ଟାକରି ବିଫଳ ହେବାପରେ ପାଟ ବସ୍ତ୍ର ଓ ରସଗୋଲା ଦେଇ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ।ପରେ ମା’ ମନ୍ଦିର କବାଟ ଖୋଲିବାପରେ ପ୍ରଭୁ ରତ୍ନସିଂହାସନକୁ ବୀରାଜ ମାନ କରିଥିଲେ। ଶ୍ରୀଜୀଉଙ୍କ ଏହି ମନଲୋଭା ଦୃଶ୍ୟ ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ପହଣ୍ଡି ସହିତ ପୁଜା ନୀତିରେ ପୂଜକ କୁଞ୍ଜ ମୋହନ ପାଣିଗ୍ରାହୀ, ମଠ ମହନ୍ତ ବାଳକୃଷ୍ଣ ଦାସ ମହାରାଜ, ସନ୍ତୋଷ କୁମାର ତ୍ରିପାଠୀ, ଶ୍ରୀଧର ଦାସ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.