ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆର୍ ପି ଡି ଏ ସି ବୈଠକ ଅନୁଷ୍ଠିତ

5

ରାୟଗଡା ରୁ ବୈକୁଣ୍ଠ ଦୁରିଆ –ରାୟଗଡ଼ା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅଧ୍ୟକ୍ଷତାରେ କଂସାରିଗୁଡା ଖଣିକୁ ନେଇ ୪ର୍ଥ ଥର ଆର୍ ପି ଡି ଏ ସି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ରାୟଗଡ଼ା ସାଂସଦ ସପ୍ତଗିରି ଉଲ୍ଲକା, ରାୟଗଡ ବିଧାୟକ ଆପଲ ସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ଜିଲ୍ଲାପାଳ ଆଦିତ୍ୟ ବିର୍ଲା କମ୍ପାନୀ ମୁଖ୍ୟ ମଜହର ବେକ୍, ସି ଏସ ଆର୍ ହେଡ ତନ୍ମୟ ମହାନ୍ତି ଓ ଦୁଇ ଜିଲ୍ଲାର ଅନେକ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ କଂସାରିଗୁଡ଼ା ଖଣି ଅଞ୍ଚଳର ବିସ୍ଥାପିତ ଓ ଆର୍ ପି ଡି ଏ ସି କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଖଣି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବ ସହ ଏହାର ପ୍ରତିକାର ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ବ କମିଶନର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ କିଭଳି ବିସ୍ଥାପିତ ଲୋକଙ୍କ ଥଇଥାନ କରିବା ସହ ଏହି ଦୁଇଟି ବ୍ଳକର ଶିକ୍ଷିତ ବେକାରୀ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ତଥା ଅଞ୍ଚଳର ଗମନାଗମନ, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ମୌଳିକ ସୁବିଧା ଗୁଡ଼ିକର କିଭଳି ଉନ୍ନତି କରାଯିବ ସେ ନେଇ ଆଲୋଚନା ହେବା ସହ ଜମିହରା ଓ ବିସ୍ଥାପିତଙ୍କୁ ତାଙ୍କର ଅଧିକାର ଅନୁଯାୟୀ ବ୍ୟବସ୍ଥା କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହେବା ସହ ଏହାର ଯଥା ଶିଘ୍ର ସମାଧାନ କରିବାକୁ ରାଜସ୍ବ କମିଶନର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ବୈଠକରେ ଏ ଯାବତ୍ ଆଦିତ୍ୟ ବିର୍ଲା କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ କେଉଁ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଅଛି ଓ ଲୋକଙ୍କ ହିତ ସାଧନ ପାଇଁ କିଭଳି ପଦକ୍ଷେପ ନିଆଯାଉଛି ସେ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ଶ୍ରୀ ତନ୍ମୟ ମହାନ୍ତି ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଆର୍ ପି ଡି ଏ ସି କମିଟିର ସଦସ୍ୟ ତଥା ଖଣି ପ୍ରଭାବିତ ଅଞ୍ଚଳର ଲୋକଣେ ନିଜ ନିଜର ଦାବି ଉପସ୍ଥାପନ କରିବା ସହ ଏହି ଦୁଇଟି ବ୍ଲକରେ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନ କରି ବେକାର ଯୁବକ ଯୁବତୀଙ୍କୁ ତାଲିମ୍ ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ଏହାକୁ ନେଇ ଆଗକୁ ଆହୁରି ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ସହ ବିସ୍ଥାପିତ ଚିହ୍ନଟ ଲୋକଙ୍କ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.