ଝାରବନ୍ଧ/ମନୋହର ଦାଶ :- ବରଗଡ଼ ଜିଲ୍ଲା ଝାରବନ୍ଧ ଠାରେ ନବ ନିର୍ମିତ ସାମ୍ବାଦିକ ଭବନର ଶୁଭ ଉଦଘାଟନ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କ ଦ୍ୱାରା ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଲିପସା ପ୍ରଧାନ ଯୋଗଦାନ କରି କରିଥିଲେ l ଅତିଥି ମାନଙ୍କୁ ଝାରବନ୍ଧ ସଂଘ ର ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ, ନକୁଳ ସାହୁ, ପ୍ରଦୀପ ପ୍ରଧାନ ପ୍ରମୁଖ ଫୁଲ ତୋଡ଼ା ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ।ଗୃହ ପ୍ରତିଷ୍ଠା ପୂର୍ବକ ସତ୍ୟନାରାୟଣ ପୂଜା କରାଯାଇ ଥିଲା।ସାମ୍ବାଦିକ କୌଶିକ ସାହୁ ପୂଜା କର୍ତ୍ତା ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ପରେ ସାମ୍ବାଦିକ ଭବନ ର ସଭା ଗୃହରେ ସାମ୍ବାଦିକ ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ବିଧାୟିକା ସମସ୍ତ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜରେ ହେଉଥିବା ବିଭିନ୍ନ ତ୍ରୁଟି କୁ ଲୋକଲୋଚନକୁ ଆଣି ଏହାକୁ ସୁଧାରିବା ପାଇଁ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜାବ୍ ର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଯୁଧିଷ୍ଠିର ମହାପାତ୍ର, ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ ବଡ଼ ଶତପଥି, ଶ୍ରୀଯୁକ୍ତ ଶୁଭମ ପତି ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଝାରବନ୍ଧ ସାମ୍ବାଦିକ ସଂଘ କୁ ଶୁଭକାମନା ଜଣାଇଥିଲେ l ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଜହନ କୁମ୍ଭାର ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରଞ୍ଜନ ଦେବତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହାରାଧନ ସାହୁ,ଶିକ୍ଷାବିଦ ସାନନ୍ଦ କୁମାର ସାହୁ ସାମ୍ବାଦିକତା ଓ ସାମ୍ବାଦିକଙ୍କ ସମାଜ ଉପରେ କର୍ତ୍ତବ୍ୟ ସମ୍ପର୍କରେ ଉପରେ ଆଲୋକପାତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post