ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଗଣିତ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ବରଗଡ ଶିକ୍ଷା ଜିଲ୍ଲା ପ୍ରାୟୋଜିତ ଏକ ଦିବସୀୟ ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନି ସାହୁ। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ୍ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଓ ପାଇକମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଦ୍ୱାଦଶ କୁମାର ପ୍ରଧାନ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଖାଁ ଏକାଡେମୀରୁ ପ୍ରଶିକ୍ଷଣ ପାଇ ଆସିଥିବା ସାଧନକର୍ମୀ ଶ୍ରୀ ଚିତ୍ତରଞ୍ଜନ ସାହୁ ଓ ଶ୍ରୀ ଅଶୋକ ପଣ୍ଡା ପଦମପୁର ଉପଖଣ୍ଡର ୫ଟି ବ୍ଲକରୁ ଆସିଥିବା ଗଣିତ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସଭା ଆରମ୍ଭରୁ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ସ୍କୁଲର ଛାତ୍ରମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ସ୍ୱାଗତ ଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶେଷରେ ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.