ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ପକ୍ଷରୁ ୱାର୍ଡ ସଦସ୍ୟ ଓ ସଦସ୍ୟାମାନଙ୍କ ଏକ ଦିବସୀୟ ପୁନଃ ନବୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଏ ପି ଓ କେଦାର ଚନ୍ଦ୍ର ପଣ୍ଡା, ରିସର୍ସ ପର୍ସନ ଅଭିରାମ ପ୍ରସାଦ ନନ୍ଦ, କମ୍ପ୍ୟୁଟର ପ୍ରୋଗ୍ରାମ ଅପରେଟର ଅରୂପ କୁମାର ପ୍ରଧାନ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ବେହେରା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଠାରୁ ମିଳୁଥିବା ଅନୁଦାନ ରାଶିକୁ ପଞ୍ଚାୟତ ତଥା ୱାର୍ଡ ସ୍ତରରେ କିଭଳି ସଦ ବିନିଯୋଗ କରି ପାରିବେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇ ଥିଲା, ସରପଞ୍ଚଙ୍କ ପୂର୍ଣ୍ଣ କ୍ଷମତା ରହିଛି ପଞ୍ଚାୟତର ଆୟକୁ ଉନ୍ନୟନ କାର୍ଯ୍ଯରେ ବିନିଯୋଗ କରିପାରିବେ, ସରପଞ୍ଚ ଚାହିଁଲେ ପଞ୍ଚାୟତର ଯେକୌଣସି ଉନ୍ନୟନ କାର୍ଯ୍ଯ ପାଇଁ ପଞ୍ଚାୟତର ଆୟକୁ ବିନିଯୋଗ କରିପାରିବେ ଏବଂ ମନୋରେଗା କାର୍ଯ୍ୟ ଖସଡ଼ା କିପରି ପ୍ରସ୍ତୁତ କରିବେ ଏବଂ ଗ୍ରାମ ପଞ୍ଚାୟତ ବାର୍ଷିକ କାର୍ଯ୍ୟ ଖସଡ଼ା କିପରି କରିବେ l ପଞ୍ଚଦଶ କେନ୍ଦ୍ରୀୟ ଆୟୋଗ ଅନୁଦାନ ଓ ପଞ୍ଚଦଶ ରାଜ୍ୟ ଅର୍ଥ ଆୟୋଗରେ ମିଳୁଥିବା ଅନୁଦାନ ରାଶିକୁ କିପରି ବିନିଯୋଗ କରିପାରିବେ ଏବଂ ଏସବୁ କାମ ପାଇଁ କଣ ସବୁ ସରକାରୀ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ ଥିଲା । ପଲ୍ଲୀସଭା ଓ ଗ୍ରାମସଭା ପାଇଁ ୱାର୍ଡ ସଦସ୍ୟ ମାନଙ୍କର ଭୂମିକା କଣ ରହିଛି ସେ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ଦାରିଙ୍ଗବାଡି ଏକ ବୃହତ୍ତ ବ୍ଲକ ହୋଇ ଥିବାରୁ ପାଞ୍ଚୋଟି ପର୍ଯ୍ୟାୟରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବାର କାର୍ଯ୍ୟ କ୍ରମ ରହିଛି, ଆଜିର ପ୍ରଥମ ଦିନରେ ଗୁମିକିଆ, ତିଲୋରି ,କିରିକୁଟି, ଦାରିଙ୍ଗବାଡି, ପର୍ତ୍ତମହା ପଞ୍ଚାୟତର ୱାର୍ଡ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post