ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ: ମତ୍ସ୍ୟ ଓ ଓଡିଶା ଜୀବିକା ମିଶନ ବିଭାଗ ଉପରେ ବର୍ଷିଲେ ସାଂସଦ, ଦାଦନ ଚାଲାଣ ରୋକିବା ଉପରେ ଗୁରୁତ୍ବ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୮/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। ବିଡିଓ ଶରତ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସଦ ଙ୍କ ସମୀକ୍ଷା ବୈଠକ ରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ପ୍ରୋଗ୍ରାମ ମ୍ୟାନେଜର (ଆଇଟି) ରାଜେଶ ପଟ୍ଟନାୟକ,ପ୍ରମୁଖ ମଞ୍ଚାଷୀନ ଥିଲେ। ସାଂସଦ ବଳଭଦ୍ର ମାଝୀ ମତ୍ସ୍ୟ ଓ ଓଡ଼ିଶା ଜୀବିକା ମିଶନ ର କାର୍ଯ୍ୟ ଶୈଳୀ ଉପରେ ବିଗିଡି ଥିଲେ। ବିଶେଷ କରି ଡାବୁଗାଁ ବ୍ଲକ ରେ ମାଛ ଉତ୍ପାଦନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଭିତ୍ତିଭୂମି ଥିବା ସ୍ୱତ୍ୟେ ମତ୍ସ୍ୟ ବିଭାଗ ରେ କାର୍ଯ୍ୟ କରୁଥିବା ଦୁଇ ଅଧିକାରୀ କୌଣସି ସଚେତନ କିମ୍ବା କାର୍ଯ୍ୟ ନ କରି ସରକାରଙ୍କ ଦରମା ନେଉ ଥିବାରୁ ତୁରନ୍ତ ଦୁଇ ଅଧିକାରୀଙ୍କୁ ଏଠାରୁ ବଦଳି କରି ନେଇ ଯିବାକୁ କହିଥିଲେ। ସେହିପରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟ କରୁଥିଲେ ସୁଦ୍ଧା କୌଣସି ସଫଳତା ପାଇ ନ ଥିବାରୁ ସଂପୃକ୍ତ ବିଭାଗ ର ଅଧିକାରୀ ଉପରେ ବର୍ଷିଥିଲେ। ବ୍ଲକ ରେ ୧୦୦୦ ରୁ ଉର୍ଦ୍ଧ୍ ମହିଳା ଏସଏଚଜି ଗ୍ରୁପ ଥିବା ସ୍ୱତ୍ୟେ ମାତ୍ର ୩୦୦ ଏସଏଚଜି ଗ୍ରୁପ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଆୟ ଦୈନିକ ମଜୁରୀ ଠାରୁ ମଧ୍ୟ କମ୍ ଥିବା ଜଣା ପଡିଥିଲା। ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ସ୍ୱଚ୍ଛଳ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ବିକଶିତ ଭାରତ ଗଠନ ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ଦାଦନ ଚାଲାଣ ରୋକିବା ଦିଗରେ ମନରେଗା କାର୍ଯ୍ୟ ର ଭୂମିକା କୁ ଅଧିକ ଗୁରୁତ୍ବ ଦେଇଥିଲେ। ଶ୍ରମିକ ଙ୍କୁ ଠିକ୍ ସମୟରେ ପ୍ରାପ୍ୟ ଦେବା ଓ ନିଶ୍ଚିତ କାର୍ଯ୍ୟ ଯୋଗାଇ ଦେବା ନେଇ ସଚେତନ କରିବାକୁ କହିଥିଲେ। କୌଶଳ ବିକାଶ ମାଧ୍ୟମରେ ଶିକ୍ଷିତ ଯୁବ ବେକାରୀ ଗୋଷ୍ଠୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ନେଇ ଗୁରୁତ୍ବ ଦେଇଥିଲେ।ବ୍ଲକ ର ସମସ୍ତ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ସାମିଲ କରିବା, ବ୍ୟାହ ମାଳମୁକ୍ତ ଗ୍ରାମ, ମୁଦ୍ରା ଯୋଜନା ରେ ଶିକ୍ଷିତ ବର୍ଗ କୁ ସାମିଲ କରିବା, ପ୍ରତିଘରେ ବିଦ୍ୟୁତ ସେବା ଯୋଗାଇବା, ଚାଷୀଙ୍କୁ ଠିକ ସମୟରେ ଋଣ ଓ ଖତ ଯୋଗାଇବା,ବିଦ୍ୟାଳୟ ମାନଙ୍କର ଭିତ୍ତିଭୂମି ସଜାଡ଼ିବା,ସ୍ବାସ୍ଥ୍ୟ ସେବା,ତଥା ଗମନା ଗମନ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ଆଗାମୀ ୨୫ ତାରିଖ ସୁଦ୍ଧା ବ୍ଲକ ର ସମସ୍ତ ବିଭାଗର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଦିବାନ ସିଂ,ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ , ମଣ୍ଡଳ କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର, ଜଗଦିଶ ଭତରା,ନରେଶ ସିଂ, ନୁରୂ ସିଂ, ତଥା ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।