ଓଡ଼ିଆରେ ଗୁଗୁଲ୍ ସର୍ଚ୍ଚ ପାଇଁ ଉଦ୍ୟମ କରାଯିବ: ମୁକେଶ ମହାଲିଙ୍ଗ

6

ବଲାଙ୍ଗୀର:- ସ୍ଥାନୀୟ ସାମ୍ବାଦିକ ଭବନଠାରେ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍‌ ପକ୍ଷରୁ ଏକ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୀରେନ୍ଦ୍ର କୁମାର ଝାଙ୍କରଙ୍କ ସଂଯୋଜନାରେ ପ୍ରଫେସର ନାରାୟଣ ପୃଷେଠଙ୍କ ‘ମୁଦ୍ରା ଓ ଅର୍ଥନୀତି’ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ | ମନ୍ତ୍ରୀ ଡ.ମହାଲିଙ୍ଗ ଉଦବୋଧନ ଦେଇ ରାଜ୍ୟ ସରକାର ଓଡିଆ ଅସ୍ମିତାକୁ ନେଇ ୨୦୦ କୋଟିର ଏକ କର୍ପସ ଫଣ୍ଡ କରାଯାଇଥିବା କହିଥିଲେ | ସବୁ ବିଶ୍ଵବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯିବ। କଲେଜ ଓ ସ୍କୁଲ ଗୁଡିକରେ ଓଡିଆ ଭାଷା, ସାହିତ୍ୟ ଓ ଅସ୍ମିତାକୁ ନେଇ ଆଲୋଚନାଚକ୍ର କରାଯିବ । ଇଂରାଜୀ, ହିନ୍ଦୀ, ତେଲଗୁ, ତାମିଲ, ମରାଠୀ, ଗୁଜରାଟି ଭାଷାରେ ଗୁଗୁଲ ସର୍ଚ୍ଚ କରାଯାଇପାରୁଛି, ମାତ୍ର ଓଡିଆରେ ଗୁଗୁଲ ସର୍ଚ୍ଚ ହୋଇପାରୁନାହିଁ। ଏହା ମଧ୍ୟ ଓଡିଆ
ଅସ୍ମିତା ପ୍ରସଙ୍ଗ । ଏଣୁ ଓଡିଆ ଭାଷାରେ କିଭଳି ଗୁଗୁଲ ସର୍ଚ୍ଚ କରାଯାଇପାରିବ ସେଥିପାଇଁ ଉଦ୍ୟମ କରା‌ଯିବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ। ବରେଣ୍ୟ ଅତିଥି ଓ ବକ୍ତା ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ପ୍ରଫେସର ଡ. ମଧୁସୂଦନ ପତି, ଶିକ୍ଷାବିତ୍ ଡ. ଗୋପବନ୍ଧୁ ରଥ ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସମ୍ବଲପୁର ଆଇଆଇଏମ୍ର ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଯୋଗଦାନ କରିଥିଲେ। ପ୍ରଫେସର ପତି ସାହିତ୍ୟ ଓ ଅସ୍ମିତା ପ୍ରସଙ୍ଗରେ ବକ୍ତବ୍ୟ ରଖି ଅସ୍ମିତା ଶବ୍ଦ ସଂକୀର୍ଣ୍ଣତା ଭାବେ ବ୍ୟବହାର ହେବା ଠିକ୍ ନୁହେଁ ବୋଲି କହିଥିଲେ । ସାହିତ୍ୟ ବ୍ୟକ୍ତି ଓ ସମାଜକୁ ପ୍ରଶସ୍ତ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ସଭାରେ ଅତିଥିମାନେ ପ୍ରଫେସର ପୃଷେଠଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଫେସର ନାରାୟଣ ପୃଷେଠଙ୍କ ରଚିତ “ମୁଦ୍ରା ଓ ଅର୍ଥନୀତି” ପୁସ୍ତକ ଏବଂ “ଏକ ସ୍ମୃତିଅର୍ଘ୍ୟ” କୁ ଅତିଥିମାନେ ଲୋକାର୍ପିତ କରିଥିଲେ। ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଲୋକାର୍ପିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମରେ ସୁନୀଲ ମହାନ୍ତି, ପ୍ରଶାନ୍ତ ମହାକୁର ଓ ରଞ୍ଜିତ ମିଶ୍ର ସହଯୋଗ କରିଥିଲେ | ଶେଷରେ କବି ଓ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ବତ କାର୍ଯ୍ୟକ୍ରମରେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟକାର ସନାତନ ଠାକୁର, କବି ଭାଗିରଥ୍ ମିଶ୍ର, ସୁଶାନ୍ତ ବାଗ, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର, ମନୋରଞ୍ଜନ ସାହୁ, ମଧୁସୂଦନ ଦାଶ, ଚନ୍ଦ୍ରଭାନୁ ମୌଲାନା, ପ୍ରସନ୍ନ ମିଶ୍ର, ମଧୁସୂଦନ ନାୟକ, ମଳୟ ଦିଶ୍ରୀ, ଜୟକୁମାର ଆଚାର୍ଯ୍ୟ, ଆନନ୍ଦ ବଡପଣ୍ଡା, କୁଳମଣି ସାହୁ, ନବୀନ ନାଏକ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ପ୍ରଭାସ ପାଣିଗ୍ରାହୀ, ଅଖିଳ ଚନ୍ଦ୍ର ହୋତା, ବ୍ୟାସଦେବ ନନ୍ଦ, ସଞ୍ଜୀବ ନାଏକ, ଶ୍ରୀକାନ୍ତ ଶର୍ମା, ଗୋପାଳ ପ୍ରଧାନ, ଅରୁଣ ମିଶ୍ର, ଯୁଧିଷ୍ଠିର ମେହେର, ଶେଖ୍ ୱାହିଦ୍, ବିଜୟ ପ୍ରଧାନ, ପୂର୍ଣଚନ୍ଦ୍ର ବିଶ୍ୱାଳ, ବାସୁଦେବ ସା, ସୁରେନ୍ଦ୍ର ନେଗୀ, ଶୁଭ୍ରାଂଶୁ ଶେଖର ପଣ୍ଡା, ରଘୁନନ୍ଦନ ସିଂ, କିଶୋର ମିଶ୍ର, ସୋମନାଥ ମିଶ୍ର, ବିନୋଦ କାଲସାଏ, ଅଭିଳାଷ ମେହେର ଓ ଅନ୍ୟ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.