ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜ୍ଞାନପ୍ରକାଶ ପରିବାର ତରଫରୁ ୮ମ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଜୟଦେବ ଭବନ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ବରେଣ୍ୟ ଅତିଥି ଡ. ଲକ୍ଷ୍ମୀଧର ବେହେରା , ନରେଶ ବାରାନା (ଆଡଭୋକେଟ, ନୂଆଦିଲ୍ଲୀ) ଡ. ଇତିରାଣି ସାମନ୍ତ , ଚିତ୍ତରଞ୍ଜନ ପାଣିଗ୍ରାହୀ , ରାଜେନ୍ଦ୍ର ମେହେର , ଶ୍ରୀମତି ଅମ୍ବିକା ସ୍ୱାଇଁ , ସରୋଜ କୁମାର ସାହୁ ଓ ଜ୍ଞାନଚାନ୍ଦ ଶତପଥି ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ଯ ଉଦଘାଟନ କରିଥିଲେ।
ବିଭିନ୍ନ ରାଜ୍ଯରୁ ଆସିଥିବା ଅତିଥିମାନେ ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଦୀର୍ଘାୟୁ ହେବାପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଜ୍ଞାନପ୍ରକାଶ, ଗଜପତି ଶାଖାର ସଭାପତି ଶ୍ରୀମତି ସ୍ନିଗ୍ଧା ମିଶ୍ରଙ୍କ ସମେତ ମୋଟ ୧୮ ଜଣ ବିଶିଷ୍ଟ ବ୍ୟକ୍ତି ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ଵ କରିଥିଲେ। ସେମାନଙ୍କ ମଧ୍ୟରୁ ଡଃ.କଲ୍ୟାଣୀ ମିଶ୍ରଙ୍କୁ ଶିକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା ଏବଂ ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହା ସହ ସମସ୍ତ ଅଂଶଗ୍ରହଣକାରୀ ଜ୍ଞାନପ୍ରକାଶ ପରିବାର ସମ୍ମାନରେ ସମ୍ମାନିତ ହୋଇଥିଲେ।
ଏହି ବୈଠକରେ ଶିକ୍ଷା , ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରାଯାଇଥିଲା। ଇତ୍ଯବସରରେ ଅତିଥିଗଣଙ୍କ କରକମଳରେ “ଜ୍ଞାନପ୍ରକାଶ” ପତ୍ରିକା ଉନ୍ମୋଚିତ ହୋଇଥିଲା। ଓଡ଼ିଶୀ ନୃତ୍ୟ , ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.