ପଦ୍ମପୁର :- ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କର ପ୍ରାୟୋଜିତ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବିକଶିତ ଭାରତ ୨୦୪୭ କୁ ଆଖି ଆଗରେ ରଖି ଚାଲିଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ଆଗକୁ ଆଣି ନିଜ ସହ ଦେଶ ତଥା ରାଜ୍ୟର ବିକାଶରେ ସହାୟକ ହେବା ଉଦ୍ଦେଶ୍ୟ ନେଇ ୨୦୨୪ ଜାନୁୟାରୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଜବାହର ନବୋଦୟ ବିଦ୍ୟାଳୟ ପାଇକ ମାଲ ଠାରେ ଆସନ୍ତା ୨୦ ଜୁଲାଇରେ ଆୟୋଜିତ ହେବ। ଏହି ପରିପେକ୍ଷୀରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ
ଆଜି ପଦମପୁର ଠାରେ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ପାଇକମାଲ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ତାଙ୍କ ସହ ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଓ ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ତ୍ରିପାଠୀଙ୍କ ପ୍ରକୋଷ୍ଠରେ ଆୟୋଜିତ ହୋଇ ଥିବା ଆଲୋଚନା ସଭାରେ ଲାଇବ୍ରେରୀଏନ୍ ଶ୍ରୀ ମଳୟ ପ୍ରଧାନ ଓ ଅନ୍ୟ ଶିକ୍ଷକ ମାନେ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସୁନ୍ଦର ପ୍ରସ୍ତୁତି ନିମନ୍ତେ ଖୁସି ବ୍ୟକ୍ତ କଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ଲକସ୍ତରର କୃତୀ ପ୍ରତିଯୋଗୀମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଜିଲ୍ଲା ଶିକ୍ଷାଅଧିକାରୀ ଫେରିବା ବାଟରେ ପାଇକମାଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.