କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ସନ୍ଧ୍ୟା ଆଳତୀ , ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜାନେଲେ ଶ୍ରଦ୍ଧାଳୁ

5

https://youtu.be/XR2pxKiOrA0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଠାକୁରଙ୍କ କଲ୍ଲକୀ ଅବତାର ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି। ଠାକୁରଙ୍କ ବିଭିନ୍ନ ଅବତାର ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଠାକୁରଙ୍କର ଦଶ ଅବତାର ଦେଖିବା ପାଇଁ ପ୍ରତ୍ୟେକ ଦିନ ଭକ୍ତଙ୍କ ସମାଗମ ହୋଉଥିଲା।
ଶ୍ରୀଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ମୀନା ବଜାର , ମୌତ କା କୁଆଁ , ରାମ ଦୋଳି ଓ ବିଭିନ୍ନ ପ୍ରକାର ଘରେଇ ସାମଗ୍ରୀ କିଣିବା ସହ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁ ଲୋକମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜନସାଧାରଣ ଭରପୁର ଉପଭୋଗ କରିଥିଲେ।
ଷଷ୍ଠ ଦିନ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ତତ୍ୱାବୋଧାନରେ , ସ୍ୱର୍ଣ୍ଣଲତା ପାତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର କଳାକାର ମାନେ ଭଜନ , ସମ୍ବଲପୁରୀ ଭଜନ ନୃତ୍ୟ ପରିବେଷଣ କରିଥିବା ବେଳେ ଚାରୁ ନର୍ତ୍ତନ ଅନୁଷ୍ଠାନର କଳାକାର ମାନେ ଓଡିଶୀ ଓ ଭଜନ ନୃତ୍ୟ ପରିବେଷଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ କୁ ସ୍ନେହା ବେହେରା ଓ ରାଜେଶ୍ୱରୀ ସ୍ୱାଇଁ ସଂଯୋଜନା କରିଥିଲେ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ଏହି ଭଳି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ଥିଲେ।

Leave A Reply

Your email address will not be published.