ଶରଧାବାଲିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ ସୃଷ୍ଟି କରୁଛି ଭାବଭକ୍ତିମୟ ପରିବେଶ

6

ଗୋଟିଏ ପ୍ରକୋଷ୍ଠରେ ପ୍ରଦର୍ଶିତ ଶ୍ରୀଜଗନ୍ନାଥଙ୍କ ସମସ୍ତ ମାନବୀୟ ଲୀଳାରେ ଅଭିଭୂତ ଦର୍ଶକ

ପୁରୀ/ଭୁବନେଶ୍ୱର,୧୪/୦୭/୨୦୨୪: ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଫଟୋକୁ ଅତି ନିକଟରେ ଦେଖି ଦର୍ଶକ ଯେତିକି ଅଭିଭୂତ ହେଉଛନ୍ତି, ତା’ଠାରୁ ବହୁଗୁଣରେ ସୃଷ୍ଟି ହେଉଛି ଭାବଭକ୍ତିମୟ ପରିବେଶା
ପୌରାଣିକ କଥାବସ୍ତୁ ଅନୁସାରେ ପଞ୍ଚୁପାଣ୍ଡବଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶ୍ୱାସନା ହେଉ କିମ୍ବା ବିଶ୍ୱବାସୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ହେଉ, ଶ୍ରୀକ୍ଷେତ୍ରରେ ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ବାହାର ଚନ୍ଦନଯାତ ଫଟୋଗୁଡ଼ିକୁ କବିତା ପଂକ୍ତି “ନିଦାଘ କାଳରେ ନରେନ୍ଦ୍ର ଜଳରେ…, ପଞ୍ଚ ମହାଦେବ ଯେ ପଞ୍ଚୁ ପାଣ୍ଡବ ତାଙ୍କୁ ନେଇ ଏ ଭିଆଣ’ ସହିତ ଅତି ସୁନ୍ଦର ଭାବେ ପ୍ରଦର୍ଶନୀ ମଣ୍ଡପରେ ସ୍ଥାନିତ କରାଯାଇଛିା ସେହିପରି, ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ମାନବୀୟ ଯାତ୍ରା ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ, ସ୍ନାନଯାତ୍ରାର ବହୁ ପୁରାତନ ଫଟୋ ସହିତ ବିଶିଷ୍ଟ ଗାଣପତ୍ୟ ଗଣପତି ଭଟ୍ଟଙ୍କ ମନସ୍କାମନା ପୂରଣ କରିବାକୁ ଯାଇ ଗଜାନନ ବେଶର ଫଟୋ ଏବଂ ବିଗତ ଦିନର ସ୍ନାନଯାତ୍ରା ଫଟୋସମୂହକୁ ଆକର୍ଷଣୀୟ କବିତା ପଂକ୍ତି ମାଧ୍ୟମରେ ବ୍ୟାଖ୍ୟା କରାଯାଇଛିା ପ୍ରଭୁମାନଙ୍କ ଅଣସର ସମୟରେ ଚିରବିଦିତ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ଗୁରୁତ୍ୱ ଏବଂ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଯାଇ ପ୍ରଦର୍ଶନୀ ମଣ୍ଡପରେ ଶ୍ରୀଅଲାରନାଥଙ୍କ ମନ୍ଦିର, ଖିରୀ ଭୋଗ ଏବଂ ଭିନ୍ନ ଭିନ୍ନ ଦିବସରେ ତାଙ୍କର ବିଭିନ୍ନ ରୂପର ଫଟୋଗୁଡିକୁ କବିତା ପଂକ୍ତି “କରି ମନ ଊଣା ତବ ସିଂହଦ୍ୱାରୁ ଯାଉଅଛି ଭକ୍ତ ଫେରି, ତୁମ୍ଭ ବିଷ୍ଣୁ ରୂପ ଶ୍ରୀ ଅଲାରନାଥ ଦେଖିବାକୁ ବ୍ରହ୍ମଗିରି’ ମାଧ୍ୟମରେ ମଧ୍ୟ ପ୍ରଦର୍ଶିତ କରାଯାଇଛିା ମହାନ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନାର ଆକର୍ଷଣୀୟ ପୁରାତନ ଓ ନୂତନ ଫଟୋ ସହିତ ଭିଡିଓ ଓ୍ୱାଲରେ ଅହରହ ପ୍ରଦର୍ଶିତ ଭକ୍ତିଭରା ଭିଡିଓଗୁଡିକ ସମଗ୍ର ପରିବେଶକୁ ସଂପୂର୍ଣ୍ଣ ଭାବେ ଭାବଭକ୍ତିମୟ ପରିବେଶରେ ରୂପାନ୍ତରିତ କରିଛିା

Leave A Reply

Your email address will not be published.