କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୬ତମ ଜୟନ୍ତୀରେ ପ୍ରତିମୂର୍ତ୍ତି ଉନ୍ମୋଚିତ l

6

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ଠାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଜଣେ ନିଷ୍ଠାପର ସାରସ୍ୱତ ସାଧକ,ସମାଜ ସଂସ୍କାରକ, ଜନସେବକ, ସାମ୍ବାଦିକ ତଥା ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗୌରୀଶଙ୍କର ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତାଙ୍କର ଏକ ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ ଗୌରୀଶଙ୍କର ରାୟଙ୍କ ବଂଶଧର ତାଙ୍କର ଜନ୍ମ ସ୍ଥାନକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପରେ ଏଠାରେ ଏକ ଉଚ୍ଚମାନର ସଂଗ୍ରାହଳୟ ଓ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନଶିକ୍ଷକ କାର୍ତ୍ତିକଚନ୍ଦ୍ର ଦାସ, ସରପଞ୍ଚଙ୍କ ପ୍ରତିନିଧ ଅନନ୍ତ କୁମାର ଦାସ, ସ୍ମୃତି ସଂସଦର ସମ୍ପାଦକ ଉଦୟଶଙ୍କର ରାୟ, ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ବିଶ୍ଵଜିତ୍ ଘୋଷ, ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ବିଜୟ କୁମାର ନାୟକ, ଦେବେନ୍ଦ୍ର ସାହୁ, ସିଆରସିସି ଅଲେଖ ଚନ୍ଦ୍ର ବାରିକ, ଯୁବନେତା କୈଳାସ ବେହେରା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l

Leave A Reply

Your email address will not be published.