ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଂଜନଗର ସ୍ଥିତ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଏଫ୍ ଏଲ୍ ଏନ୍ ମଡେଲ ସ୍କୁଲ ଠାରେ ଆଜକୁ ୩ ଦିନ ଧରି ଚାଲିଥିବା ଏଫ୍ ଏଲ୍ ଏନ୍ କର୍ମଶାଳା ଆଜି ଜୁଲାଇ ମାସ ୧୩ ତାରିଖ ଶନିବାର ୨୦୨୪ ଦିନ ଉଦଯାପିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଖଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶିକ୍ଷିକା
ଲିପିଶ୍ରୀ ଦେବୀ ସଂଯୋଜନା କରିଥିଲେ। ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଏବଂ ବିଆରସିସି ତଥା ଏବିଇଓ ଶ୍ରୀ ସୂର୍ଯ୍ୟ ନାଇକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳା ରେ ସିଆରସିସି ଶ୍ରୀ ମୋହନ ସାହୁ, ଦ୍ଵିତୀକୃଷ୍ଣ ଲେଙ୍କା, ଗଣେଶ୍ଵର ବେହେରା ଓ ଅନୁପମା ସାହୁ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ। ସମ୍ବଳ ଶିକ୍ଷକ ରୂପେ ଶ୍ରୀ ସୁନୀଲ କୁମାର ଶତପଥି, ଶ୍ରୀ ପ୍ରଦୀପ କୁମାର ସାସମଲ୍ ଓ ରୀତା କୁମାରୀ ଭୂୟାଁ ଗାଇଡ୍ କରିଥିଲେ। ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୬ ଟି କ୍ଲଷ୍ଟର ର ପ୍ରାୟ ୩୫ ଜଣ ଏଫ୍ ଏଲ୍ ଏନ୍ ଶିକ୍ଷକ ଏହି କର୍ମଶାଳାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଆଜି କର୍ମଶାଳାର ଶେଷ ଦିନ ରେ ଉଦଯାପନୀ ଉତ୍ସବରେ ଯୋଗଦେଇ ସମସ୍ତ ଅତିଥି କାର୍ଯ୍ୟକ୍ରମ ର ସଫଳ ପରିଚାଳନା ପାଇଁ ସନ୍ତୋଷ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.