ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା, ପ୍ରତ୍ୟକ ଦିନ ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳୁଛି ଏମିତି ସବୁ ଦୁର୍ଘଟଣା। ଆଜି ୧୨ ତାରିଖ ଶୁକ୍ରବାର ୨୦୨୪ ଅପରାହ୍ନରେ କଳିଙ୍ଗା ଘାଟିରେ ଘଟିଛି ଏକ ରାସ୍ତା ଦୁର୍ଘଟଣା। ସୁଚନା ମୁତାବକ, ସେ ଯୁବକ ଜଣକ ହେଲେ ବାଲିଗୁଡା ର ଜଣେ ହୋଟେଲ ବ୍ୟବସାୟୀ। ନା ତାଙ୍କର ବବୁଲ ପାଣିଗ୍ରାହୀ, ସେ ଆଜି କୋୖଣସି କାମରେ ଭଞ୍ଜନଗର ରେ ରହୁଥିବା ନିଜ ସାନ ଭାଇ ପାଖକୁ ଆସି ପୁଣି ବାଲିଗୁଡାକୁ ଫେରୁଥିଲେ । କିନ୍ତୁ କଳିଙ୍ଗା ଘାଟିରେ ଘଟିଥିଲା ଦୁର୍ଘଟଣା,ଭଞ୍ଜନଗର ଥାନା ସୂଚନା ପାଇବା ପରେ ତାଙ୍କୁ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ।ସେତେବେଳେ କୁ ତାଙ୍କର ଜୀବନ ଥିଲା କିନ୍ତୁ ବହୁତ ସମୟ ସେ ସେମିତି ଆଘାତ ଅବସ୍ଥାରେ ପଡି ରହିଥିଲେ, କିନ୍ତୁ ଭଞ୍ଜନଗର ମେଡିକାଲ କୁ ଆସିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୁଚନା ମିଳିଛି।।ମିଳିଥିବା ସୂଚନା ଅନୁସାରେ ସ୍କୁଟି ଗାଡିଟି OD 12C 7486 ଅକ୍ଷତ ଅବସ୍ଥାରେ ରାସ୍ତାରେ ହେଣ୍ଡେଲ୍ ଲକ୍ ହୋଇ ରହିଥିଲା ଓ ପାଖରେ ଆହତ ଅବସ୍ଥାରେ ରେ ବବୁଲ ପଡିଥିଲେ। ସେଥିନିମିତ୍ତ ଏହା ସଡକ ଦୁର୍ଘଟଣା ନା ଯୋଜନା ବଦ୍ଧ ହତ୍ୟା ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post