ଭବାନୀପାଟଣା ଠାରେ ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ ଏବଂ ଅନ୍ୟ ସଂକ୍ରାମକ ରୋଗ ର ପ୍ରତିକାର ପାଇଁ ବୈଠକ

6

ଭବାନୀପାଟଣା ତା(ଶାସକ ପ୍ରଶାସକ)୧୦.୭.୨୦୨୪: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଗାମୀ ବର୍ଷାକାଳରେ ହେବାକୁ ଥିବା ସଂକ୍ରାମକ ରୋଗ ପାଇଁ ସତର୍କ ରହିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜୁଲାଇ ଓ ଅଗଷ୍ଟ ମାସରେ ଆଶାଦିଦିମାନଙ୍କୁ ଘରଘର ବୁଲି ମ୍ୟାଲେରିଆ, ଡେ଼ଙ୍ଗୁ, ଡାଇରିଆ, ଯକ୍ଷ୍ମା ଏବଂ କୁଷ୍ଠ ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଯିବ । ସେମାନେ ପ୍ରତିଘରକୁ ଓ ଆର୍ ଏସ ଏବଂ ଜିଙ୍କ ଟବ୍ଲେଟ ବଣ୍ଟନ କରି, ସାବୁନ ରେ ହାତ ଧୋଇବା ଭଳି କାର୍ଯ୍ୟକ୍ରମମାନେ ହାତକୁ ନେବେ ।ଏହି ସମୟରେ ମଧ୍ୟ ସ୍କୁଲରେ ପିଲାମାନଙ୍କୁ ହାତ ଧୋଇବା , ବିଶୁଦ୍ଧ ପାନୀୟ ଜଳ ପିଇବା ଉପରେ ସଚେତନତା କରାଯିବ ଏବଂ ଲୋକଙ୍କୁ ଉପରୋକ୍ତ ରୋଗ ପାଇଁ ସ୍କ୍ରିନିଙ୍ଗ ମଧ୍ୟ କରାଯିବ ।ଜିଲ୍ଲାପାଳ ଡେଙ୍ଗୁ, ମ୍ୟାଲେରିଆକୁ ପ୍ରତିରୋଧ ପାଇଁ ଔଷଧ ଯୁକ୍ତ ମଶାରୀ ବ୍ୟବହାର , ଆଶା ଦିଦି ମାନଙ୍କ ଦ୍ଵାରା ଘର କୁ ଘର ଯାଇ ରୋଗୀ ଚିହ୍ନଟ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ସେଭଳି ଆର୍ ଡବ୍ଲୁ ଏସ ଏସ ଏବଂ ପି ଏଚ ଡି ବିଭାଗ ଦ୍ଵାରା ପାନୀୟ ଜଳକୁ ବିଶୋଧନ , ନମୁନା ପରୀକ୍ଷା ଓ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହି ରୋଗ ନିରାକରଣ ଓ ପ୍ରତିରୋଧ ପାଇଁ ସଚେତନତା ପୋଷ୍ଟର ଓ ଲିଫ୍ଲେଟ କୁ ଉନ୍ମୋଚନ କରିଥିଲେ।
ସି.ଡି.ଏମ୍.ଓ, କଳାହାଣ୍ଡି , ସି ଡି ଓ,ଜିଲ୍ଲା ପରିଷଦ ତଥା ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.