କୁଲାଡ ଗ୍ରାମର ପ୍ରସିଦ୍ଧ ରଥଯାତ୍ରା

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଷାଢ଼ ମାସର ଶୁକ୍ଳପକ୍ଷ ଦୁତୀୟା ତିଥିରେ ଗଞ୍ଜାମ ଜିଲ୍ଲା କୁଲାଡ ଗ୍ରାମରେ ମଧ୍ୟ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ଭଞ୍ଜ ରାଜବଂଶର ଗୈାରବ ବହନ କରୁଥିବା ଘୁମୁସରଗଡର ପୁରାତନ କୁଲାଡ ର ଶ୍ରୀଜଗନ୍ନାଥ ମନ୍ଦିର ବେଶ୍ ଆକର୍ଷଣିୟ। ଏବଂ ଏଠାକାର ଘୋଷଯାତ୍ରା ସହିତ ପୁରି ରଥଯାତ୍ରା ର ସାମଞ୍ଜସ୍ୟ ରହିଥିବାରୁ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

କୁଲାଡ ଗ୍ରାମର ଭଞ୍ଜବଶିଂୟ ଶ୍ରୀଜଗନ୍ନାଥ ମନ୍ଦିର ରେ ଅତିତରେ କେବଳ ରାଜାମାନେ ହିଁ ରଥଯାତ୍ରାର ଆୟୋଜିତ କରିବାର ପରମ୍ପରା ଥିଲା। କିନ୍ତୁ ସମୟଚକ୍ରରେ ଗଣତାନ୍ତ୍ରିକ ଶାସନରେ ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧିନକୁ ଚାଲିଯାଇଛି। ଫଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ବିରାଟ ଘୋଷଯାତ୍ରା ସମ୍ପନ୍ନ ହେଉଛି। ଆଜି ରଥଯାତ୍ରାରେ ସକାଳୁ ସକାଳୁ ତିନି ଦିଅଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଯଥା ନିତି ହୋମ ଯଜ୍ଞାଦି ପୁଜା ବିଧି କରାଯାଇଥିଲା। ପରେ ପରେ ସୁନ୍ଦର କାରୁକାର୍ଯ୍ୟରେ ଝୋଟି ଚିତା ରେ ଚିତ୍ରିତ କୁଲାଡ ବଡ଼ଦାଣ୍ଡରେ ଠିଆ ହୋଇଥିବା ବିରାଟ କାୟ ରଥକୁ ଯଜ୍ଞାଦି କାର୍ଯ୍ୟରେ ପ୍ରତିଷ୍ଠା ବିଧି କରାଯାଇଥିଲା। ଏଥିରେ ସ୍ଥାନୀୟ ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର, ଆର୍ ଆଇ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗଦାନ କରିଥିଲେ। ପରେ ପରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ, ଏସ୍.ଡି.ପି.ଓ ସୁଜିତ୍ କୁମାର ନାୟକ, ଥାନାଧିକାରୀ କୁମାର ମୁଦୁଲି ଙ୍କ ସହ ଅନନ୍ୟ ଆରଖି ବାହିନୀ, ବିଶ୍ବହିନ୍ଦୁ ପରିଷଦର ମୁରଲୀଧର ପଣ୍ଡା, ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ସହ କୁଲାଡ ର ଅନେକ ସ୍ବେଛାସେବୀ ସଦସ୍ୟ ଯୋଗଦାନ କରିଥିଲେ। ଶେଷରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ମଧ୍ୟ ନିଜ କର୍ମୀ ମାନଙ୍କୁ ନେଇ ଉକ୍ତ ରଥଯାତ୍ରାରେ ଉପସ୍ଥିତ ଥିଲେ। ଏଠାରେ ଗୋଟିଏ ରଥରେ ବିରାଜମାନ କରନ୍ତି ତିନି ଠାକୁର। ଏହି ଯାତ୍ରାରେ ଗୋଟି ଗୋଟି କରି ତିନି ଦାରୁ ଦିଅଁ କୁ ବାଜ ବାଜଣା,ଘଣ୍ଟ କାହାରି ଗିନି ମୃଦଙ୍ଗ, ତୁରି ବଜାଇ ଝୁଲାଇ ଝୁଲାଇ ପହଣ୍ଡି ବିଜେ କରାଯାଇଥିଲା। ପ୍ରଥା ପରମ୍ପରାନୁଯାୟୀ ଭଞ୍ଜ ରାଜବଂଶର ଦାୟାଦ୍ ପ୍ରଶାନ୍ତ କୁମାର ଭଞ୍ଜଦେଓ ରଥ ଉପରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରଥଟଣା। ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳ ର ସବୁଠାରୁ ବିରାଟ କାୟ ରଥ କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ରଥ। ତେଣୁ ଏହି ଯାତ୍ରା ଦେଖିବାକୁ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.