ରଥଯାତ୍ରାର ପ୍ରଥମ ଦିନ: ଅଳ୍ପ ଗଡ଼ି ଅଟକିଲେ ତିନି ଠାକୁର , ରଥ ଉପରେ ନବଯୌବନ ଦର୍ଶନ କଳେ ଶ୍ରଦ୍ଧାଳୁ

5

ପୁରୀ (ଅନିମେଶ ପଟ୍ଟନାୟକ): ରବିବାର ହେଉଛି ଏକ ଐତିହାସିକ ଦିନ । ଦିର୍ଘ ୫ ଦଶନ୍ଧି ପରେ ଶ୍ରୀଜୀଉଙ୍କର ହୋଇଛି ବିରଳ ରଥଯାତ୍ରା । ଅର୍ଥାତ ଗୋଟିଏ ଦିନରେ ନେତ୍ରୋତ୍ସବ ନବଯୌବନ ଓ ରଥଯାତ୍ରା ପଡିଛି । ତେଣୁ ଏହା ଏକ ବିରଳ ସଂଯୋଗ ନିଶ୍ଚିତ। ଏଭଳି ଏକ ତିଥିରେ ରଥ ଉପରେ ନବଯୌବନ ଦର୍ଶନର ସୁଯୋଗ ନେଉଛନ୍ତି ଶ୍ରଦ୍ଧାଳୁ ।

ସୁଚନାଥାଉ କି ଚଳିତ ଥର ରଥକୁ ସହଳ ଆସିଛନ୍ତି ତିନି ଠାକୁର । ନିର୍ଦ୍ଧାରିତ ସମୟର ୨ଘଣ୍ଟା ଆଗରୁ ଶ୍ରୀଜୀଉଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ରଥାରୁଢ ହୋଇଥିଲେ । ପରେ ବଡଭାଇ ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ସହଳ ରଥାରୂଢ ହୋଇଥିଲେ ।

Imageଚକା ଆଖିକୁ ଆଜିର ପବିତ୍ର ଦିନରେ ସ୍ୱଚକ୍ଷୁ ଦର୍ଶନ କରିବାକୁ ଜନ ସମୁଦ୍ର ହୋଇଯାଇଥିଲା ବଡ଼ଦାଣ୍ଡ । ହେଲେ ଲିଳାମୟଙ୍କ ଲିଳା ଥିଲା ଅଦ୍ଭୁତ। ସହଳ ରଥାରୂଢ ହୋଇଥିଲେ ବି ରଥ ଟଣା ବିଳମ୍ବରେ ହୋଇଥିଲା । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ୫.୦୮ ମିନଟରେ ଟଣା ଯାଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ୬.୧୪ ମିନିଟ ପରେ ଟଣା ହୋଇଥିଲା । ହେଲେ ଘୁଞ୍ଚି ନଥିଲେ ମହାପ୍ରଭୁ ଜଗନ୍ନାଥ । ଅନେକ ଥର ଡାହୁକ ରଥଟଣିବାକୁ ଡାକରା ଦେଇଥିଲେ ବି ଘୁଞ୍ଚି ନଥିଲା ନନ୍ଦିଘୋଷ ରଥ । ପ୍ରାୟ ୬.୪୦ ମିନିଟ ବେଳକୁ ସାମାନ୍ଯ ଘୁଞ୍ଚି ଅଟକି ଗଲେ ମହାବାହୁ । ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀକୃଷ୍ଣ ସିନେମା ଗଳି ପାଖେ ଅଟକିଥିବା ମରିଚିକୋଟ ଗଳି ପାଖେ ବଳଭଦ୍ରଙ୍କ ରଥ ଅଟକି ରହିଛି । ଆସନ୍ତା କାଲି ସକାଳେ ପୁଣି ରଥ ଟଣା ପର୍ବ କରାଯିବ ।

ସେପଟେ ପ୍ରଥମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ଘୋଷଯାତ୍ରାରେ ନିଜକୁ ସାମିଲ କରିଛନ୍ତି । ବଡ଼ଦାଣ୍ଡରେ ତିନି ଠାକୁରଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ରାଷ୍ଟ୍ରପତି । ଦିନ ତମାମ ମହାପ୍ରଭୁଙ୍କ ବିଭିନ୍ନ ନିତିକାନ୍ତି ଦର୍ଶନ ପରେ ସଂନ୍ଧ୍ଯାରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁ ପ୍ରସ୍ଥାନ କରିଥିଲେ ମହାମହିମ ।

Imageଅନ୍ୟପଟେ ମହାପ୍ରଭୁଙ୍କୁ ଦେଖିବାପାଇଁ ପହଞ୍ଚି ଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ରଥାରୂଢ ମହାପ୍ରଭୁଙ୍କୁ ଦେଖି ବେଶ ଭାବ ବିହ୍ୱଳ ହୋଇଥିଲେ ମଧ୍ଯ । ଦୁଇ ହାତ ଯୋଡ଼ି ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇ ଅଳ୍ପ କେଇ ସମୟ ଠିଆ ହୋଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଯାହା ବେସ ମନୋରମ ଥିଲା । ପରେ ରାଷ୍ଟ୍ରପତି, ରାଜ୍ୟପାଳ ଆଦିଙ୍କୁ ଭେଟି ରଥଯାତ୍ରାର ଶୁଭକାମନା ଜଣାଇଥିଲେ ।

Leave A Reply

Your email address will not be published.