କଲ୍ୟାଣସିଂ ହପୁର ଠାରେ ଘୋଷଯାତ୍ରା

6

କଲ୍ୟାଣସିଂହପୁର :ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ଆଡମ୍ବରରେ ପାଳନ କରାଯାଇଛି । ବର୍ଷା ହେବା ସତ୍ତ୍ୱେ ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନକରିବା ଶହ ରଥଟାଣରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛ ।ବର୍ତ୍ତମାନ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ପତିତପାବନ ଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ରେ ଅନୁଷ୍ଠିତ କରାଯାଉଛି ।ଆଜି ସକାଳୁ ଶ୍ରୀ ଜୀଉଙ୍କ
ମଙ୍ଗଳ ଆଳତୀ ,ଅବକାଶ ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରିବା ପରେ ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥିଲେ ।ସକାଳ ୯ ଘଣ୍ଟା ସମୟରେ ପୁରହିତ ନରସିଂହ ତ୍ରିପାଠୀ ଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୨ଟା ରେ ଶ୍ରୀ ବଳଭଦ୍ର ,ଶ୍ରୀଜଗନ୍ନାଥ,ମା ସୁଭଦ୍ରା ଓ ପତିତପାବନ ଙ୍କୁ ସେବାୟତ ମାନେ ପହଣ୍ଡି କରି ରଥାରୂଢ କରିଥିଲେ । ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୪ଟା ସମୟରେ ରଥଟଣା ଆରମ୍ଭ କରିଥିଲେ । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରି ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।ଏଥିରେ ସ୍ଥାନୀୟ ପୁଲିସ ସମେତ ଏକସେକ୍ସନ ପୁଲିସ ଓ ସିଆର ପି ଏଫ ଇ୪ର୍ଥ ବଟାଲୀୟନର ଯବାନ ଉପସ୍ଥିତରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟମ କରିଥିଲେ ।ସନ୍ଧ୍ୟା ପରେ ଶ୍ରୀ ଜୀଉଙ୍କୁ ମାଉସୀ ମନ୍ଦିର ଭିତରେ ପ୍ରବେଶ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି ।ଗୁଣ୍ଡିଚା ମନ୍ଦିରରେ ପ୍ରତି ଦିନ ଅର୍ଣ୍ଣପ୍ରସାଦ ର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଥିବା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.