ଜଗତସିଂହପୁର,ତା-୦୭.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁରର ପ୍ରମୁଖ ଆଧ୍ଯତ୍ମିକ କ୍ଷେତ୍ର ପାଟେଣିଗାଁସ୍ଥିତ ବଟଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥକଂ ଘୋଷ ଯାତ୍ରା ମହାସମାରୋହରେ ପାଳିତ ହୋଇ ଯାଇଛି। ଅପରାହ୍ନ ୨ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଥିଲେ। ଅପରାହ୍ନ ୩ଟାରେ ଠାକୁର ରାଜା ନୀଳକଣ୍ଠ ଶତପଥିକଂ ଛେରା ପହଁରାପରେ ରଥ ଉପରେ ଦେବନୀତି ସଂପାଦିତ ହୋଇଥିଲା l ରଥ ଟଣାର ଅବ୍ଯବହିତ ପୂର୍ବରୁ ବଟଶ୍ରୀକ୍ଷେତ୍ର ଚାରିଟେବଲ ଟ୍ରଷ୍ଟର ଅଧ୍ଯକ୍ଷ ତଥା ନାଇଜରର କୁଳସଚିବ ଡ. ଅଭୟ ନାୟକକଂ ରଚିତ “ ଆତ୍ମଦେବତା ଶ୍ରୀଜଗନ୍ନାଥ” ଏବଂ ପଣ୍ଡିତ ରବୀନ୍ଦ୍ର ନାଥ ମିଶ୍ରକଂ “ଶଂଖକ୍ଷେତ୍ର ଓ ଶ୍ରୀଜଗନ୍ନାଥ”(୨ୟ ସଂସ୍କରଣ) ମହାପ୍ରଉୁକୁଂ ଲାଗି ହେଲାପରେ ଲୋକାର୍ପିତ ହୋଇଥିଲା। ଗ୍ରନ୍ଥ ଦ୍ବୟକୁ ଲୋକାର୍ପିତ କରିଥିଲେ ଏସିସିଫ୍ ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଶ୍ରୀ ସୁବସ ରାଉତ, ଠାକୁର ରାଜା ନୀଳକଣ୍ଠ ଶତପଥି, ନିର୍ମାଲ୍ଯର ମୁଖ୍ଯ ସଂପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ନାୟକ ଓ ଶ୍ରୀଯୁକ୍ତ ସଂଜମ କିଶୋର ମହାନ୍ତି। ଏକ କିଲୋମିଟର ବ୍ଯାପି ବଡ ଦାଣ୍ଡରେ ଘଣ୍ଟ, ଘଣ୍ଟା, ମୃଦଂଗ, କରତାଳ ସାଂଗକୁ ଓଡିଶୀ କୀର୍ତ୍ତନ ମନ ମୋହିଥିଲା। ମାହାରୀ ନୃତ୍ଯ ପ୍ରଥାନୁସାରେ ଓଡିଶୀ ନୃତ୍ଯ ପରିବେଷଣ କରିଥିଲେ ମହମ୍ମଦ ସାହିଲ ଏବଂ ସୁଶ୍ରୀ ଅନୁସୟା ସାହୁ। ଆଡପ ମଣ୍ଡପରେ ଆଗାମୀ ସାତ ଦିନ ଧରି ନୀତି-କାନ୍ତିର ସୁବ୍ଯବସ୍ଥା ହୋଇଛି ବୋଲି ପରିଚାଳନା କମିଟିର ସକ୍ରୀୟ ସଭ୍ଯ ଶ୍ରୀ ସମୀର କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post