ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘର ସମସ୍ତ କର୍ମକର୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ରେଳ ଷ୍ଟେସନ ପାଖରେ ୪୦,୦୦୦ (ଚାଳିଶହଜାର ) ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଓ ଜଳସେବା ସହିତ ୩୦.୦୦୦(ତିରିଶ ହଜାର )ଭକ୍ତଙ୍କ ପାଇଁ ଜୁସ ବଣ୍ଟନ ଭଳି ଏକ ମହତ କାର୍ଯ୍ୟକ୍ରମ ସେଇ ପ୍ରଭୁ କାଳିଆ ସାଆନ୍ତଙ୍କ ଆଦେଶରେ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି । ଏହିଭଳି ଏକ ମହତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାପାଇଁ ପୁରୀ ପ୍ରଶାସନ ଆମ୍ଭମାନଙ୍କୁ ବେଶ ସାହାର୍ଯ୍ୟ ଓ ସହଯୋଗ କରିଥିବାରୁ ପ୍ରଶାସନର ସମସ୍ତ କର୍ମକର୍ତ୍ତାଙ୍କୁ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ଧନ୍ୟବାଦ ଜଣାଉଛି | ଉକ୍ତ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଅଲ ଓଡ଼ିଶାର ଦୁଇଶହରୁ (୨୦୦)ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ରହିଥିଲେ ।
ସେମାନଙ୍କ ମଧ୍ୟରୁ ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ ରଣା, ସହ ସମ୍ପାଦକ ରାଜୀବ ପରିଡା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ସାହୁ, କୋଷଦକ୍ଷ ରାକେଶ କୁମାର ସିନ୍ହା, ଉପସଭାପତି ଉମେଶ ଚନ୍ଦ୍ର ସାହୁ,ବଚୁ ତ୍ରିପାଠୀ, ବାଲେଶ୍ୱର ଜିଲ୍ଲା ସଭାପତି ହରେନ୍ଦ୍ର ନାୟକ, ବାଲେଶ୍ୱର ସମ୍ପାଦକ ଅଜୟ ଓଝା. ବ୍ରହ୍ମପୁର ଜିଲ୍ଲା ସଭାପତି ହରିହର ପାତ୍ର ଓ ବାଲ୍ୟକୃଷ୍ଣ ପଣ୍ଡା, ସମ୍ବଲପୁରରୁ ଗଣେଶ ସାହୁ, ରଶ୍ମିରଂଜନ ପଣ୍ଡା, ବିନୋଦ ସାହୁ, ଚନ୍ଦନ ପାତ୍ର ଏବଂ ମହାସଂଘର ଆଗଧାଡିର ସଦସ୍ୟ ଭାସ୍କର ମହାରଣା, ମୁନୁ ନାୟକ, ଅରୁଣ ଦାସ, ବିକାଶ ସାହାଣୀ, ପ୍ରଶାନ୍ତ ଦାସ, ପ୍ରଶାନ୍ତ ସାହୁ, ଦିଲ୍ଲୀପ ମହାପାତ୍ର, ନିଶିକାନ୍ତ ସାମଲ, ଜଗନ୍ନାଥ ସାହୁ, ନିଲୁ ଭାଇ, ବସନ୍ତ ସ୍ୱାଇଁ, ଶଙ୍କର ଦାସ ପପୁ ଭାଇ, ସ୍ୱାଇଁ ବାବୁଙ୍କ ସହିତ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ ଦ୍ୱାରା ଉକ୍ତ ଜନମଙ୍ଗଳ କାର୍ଯ୍ୟ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ |