କସ୍ମୋପଲିସ୍ ସୋସାଇଟି ପରିସରରେ ପବିତ୍ର ରଥ ଯାତ୍ରା ଉତ୍ସବ ପାଳିତ

5

ଭୁବନେଶ୍ୱର: କସ୍ମୋପଲିସ୍ ସୋସାଇଟି ପରିସର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ରଥ ଯାତ୍ରା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର ଛେରା ପହଁରା କରିଥିଲେ ଏବଂ ଏହା ପରେ ଶାନ୍ତି ଶୃଙ୍ଖଳାର ସହିତ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।କସ୍ମୋପଲିସ୍ ପରିସର ଶତାଧିକ ଭକ୍ତଙ୍କର ଘଣ୍ଟ ହୁଳହୁଳି ହରିବୋଲ ଧ୍ୱନୀରେ ମୁଖରିତ ହୋଇ ସନ୍ଧ୍ୟା ସୁଦ୍ଧା ରଥ ଟଣା କାର୍ଯ୍ୟର ସମାପନ ହୋଇଥିଲା।

Leave A Reply

Your email address will not be published.