ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଋଷିକାନ୍ତଙ୍କୁ ରାଷ୍ଟ୍ରୀୟସ୍ତରୀୟ ସାଇନିଂ ଷ୍ଟାର ଆୱାର୍ଡ

5

 ଚେନ୍ନାଇ: ଚେନ୍ନାଇ ଠାରେ ଅନୁଷ୍ଠିତ ତିନିଦିନିଆ  କାର୍ଡିଓଲଜିକାଲ ସୋସାଇଟି ଅଫ ଇଣ୍ଡିଆ ଦ୍ବାରା ଆୟୋଜିତ ନ୍ୟାସନାଲ ଇଣ୍ଟରଭେନସନ କାଉନସିଲ 2024 ସମ୍ମିଳନୀ ଚଳିତ ମାସ ୫ .୬ .୭ ରେ ଚେନ୍ନାଇ କନଭେନସନ  ସେଣ୍ଟର ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ଭାରତ ଓ ଭାରତ ବାହାର ଦେଶ ମାନଙ୍କରୁ ପନ୍ଦରଶହ ରୁ ଉର୍ଦ୍ଧ୍ବ ବରିଷ୍ଠ ହୃଦ ରୋଗ ବିଶେଷଜ୍ଞ ଯୋଗ ଦେଇ ଅତ୍ୟାଧୁନିକ ଉନ୍ନତ ପ୍ରଣାଳୀ ରେ  ହୃଦରୋଗ ସମସ୍ଯା  ସମାଧାନ ପାଇଁ ଆଲୋଚନା କରିବା ସହିତ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ , କେନ୍ଦୁଝର ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ରାଜ୍ୟର ଜଣେ ଆଗଧାଡି ର ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ଏହି ସମ୍ମିଳନୀ ରେ ଯୋଗ ଦେଇ ନିଜର ସନ୍ଦର୍ଭ ଉପସ୍ଥାପନ କରି ଉଚ୍ଛ ପ୍ରଶଂସିତ ହୋଇଥିଲେ । ଏ ଅବସର ରେ  ଡାକ୍ତର ମହାନ୍ତ ଙ୍କୁ ସାଇନିଂ ଷ୍ଟାର ଆୱାର୍ଡ ୨୦୨୪ ରେ ସମ୍ମାନିତ କରାଯାଇଥିଲା |

ସୂଚନା ଯୋଗ୍ୟ ଯେ ଡାକ୍ତର ଋଷିକାନ୍ତ କଟକ ସ୍ଥ ସିଡିଏ , ଭୁବନେଶ୍ବର , ଓ କେନ୍ଦୁଝର ରେ ହାର୍ଟ ମେଟ  କ୍ଲିନିକ ସ୍ଥାପନ କରି ହୃଦ ରୋଗୀ ଙ୍କୁ ରୋଗୀଙ୍କୁ ବର୍ଷ ବର୍ଷ ଧରି ଉନ୍ନତ ଓ ସୁଲଭ ଚିକିତ୍ସା ପ୍ରଦାନ କରିବା ସହିତ ଜନମାନସ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେ ଦୀର୍ଘ ପାଞ୍ଚବର୍ଷ ବ୍ୟାପୀ ସୁପରସ୍ପେଶଲିଷ୍ଟ୍ ଭାବେ କାର୍ଯ୍ୟ କରି ଅନେକ ରୋଗୀଙ୍କୁ ସୁସ୍ଥ କରିବା ସହିତ ବହୁ ପରିବାର ରେ ହସ ଫୁଟାଇ ପାରିଛନ୍ତି,ଡଃ ଋଷିକାନ୍ତ ଙ୍କ ଏହି ସଫଳତା ରେ ଅନେକ ମହଲ ରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ଆଗାମୀ ସମୟରେ ରାଜ୍ୟର ଗରୀବ ରୋଗୀଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ହାର୍ଟ ମେଟ ସଂକଳ୍ପବଦ୍ଧ ବୋଲି ଡାକ୍ତର ମହାନ୍ତ ପ୍ରକାଶ କରିଛନ୍ତି,

Leave A Reply

Your email address will not be published.