ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ସ୍କୁଟି : ଶିକ୍ଷକ ଆହତ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଶନିବାର ସନ୍ଧ୍ୟା ସମୟର ଅନ୍ଧକାର ରେ ଭଞ୍ଜନଗର ବାଳିକା ବିଦ୍ୟାଳୟ ପ|ଚେରୀ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ କୁ କୈାଣସି କାରଣ ବଶତଃ ଗୋଟିଏ ସ୍କୁଟି ଧକ୍କା ଦେଇଥିଲା। ଗାଡିଟି ଜେଲ୍ ହୋଇ ଗାମୁଣ୍ଡି ରୋଡ ରୁ ଆସୁଥିଲା। କିନ୍ତୁ ବୁଲାଣି ରାସ୍ତା ଯୋଗୁଁ ନିୟନ୍ତ୍ରଣ ହରାଇଥିଲ| । ଆହତ ବ୍ୟକ୍ତି ଜଣଙ୍କ ନାମ ବିରେଶ ଚନ୍ଦ୍ର ପୋଲାଇ। ସେ ଭଞ୍ଜନଗର ଜାଭିୟର୍ସ ସ୍କୁଲ ର ଜଣେ ଶିକ୍ଷକ ବୋଲି ଜଣାଯାଏ। ଦୁର୍ଘଟଣା ସମୟରେ ସ୍ଥାନୀୟ ଯୁବକ ଓ କବି ସମ୍ରାଟ ମିଡ଼ିଆ କ୍ଲବ ର କିଛି ସମ୍ବାଦିକ ଙ୍କ ଦ୍ଵାରା ଉଦ୍ଧାର ହୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଞ୍ଜନଗର ଡ଼ାକ୍ତର ଖାନା ଓ ପରେ ବ୍ରହ୍ମପୁର ଡାକ୍ତର ଖାନା କୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଛି। ମିଳିଥିବା ଖବର ଅନୁସାରେ ଆହତ ଯୁବକ ଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି,ତାଙ୍କ ନିଜ ଘର ବ୍ରହ୍ମାପୁର ଓ ତାଙ୍କ ମାମୁ ଘର ଲଣ୍ଡେଇସାହିରେ । ଖବର ପାଇବା ପରେ ଜାଭିୟର୍ସ ସ୍କୁଲ ର ସହଯୋଗୀ ଶିକ୍ଷକ ଓ ତାଙ୍କ ମାମୁ ଭଞ୍ଜନଗର ଡାକ୍ତର ଖାନାରେ ପହଞ୍ଚି ଥିଲେ।

Leave A Reply

Your email address will not be published.