ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

6

ଫୁଲବାଣୀ: ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀର ଯୁବ ରେଡ୍ କ୍ରସ୍ ଶାଖା ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ବନ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ବିଭିନ୍ନ ପ୍ରକାର ଚାରା ମହାବିଦ୍ୟାଳୟ ପରିସରରେ ରୋପଣ କରିଥିଲେ। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷାର ପ୍ରତି ଆଗ୍ରହ ବୃଦ୍ଧି ପାଇଁ ପ୍ରେରିତ କରାଯାଇଥିଲା।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଡ. ଅଭିପ୍ସା ବଳ ଏବଂ କନଭେନର-କମ୍-ସେକ୍ରେଟାରି ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା ସୂଚାରୁ ରୂପେ ପରିଚାଳନା କରିଥିଲେ।

Leave A Reply

Your email address will not be published.