ଫୁଲବାଣୀ: ରକ୍ତ ଶିକୁଳି ରୋଗର ନିରାକରଣ ସଚେତନତା ଅଭିଯାନର ଉଦଯାପନୀ ସଭା ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ରେଡ୍ କ୍ରସ୍ (YRC) ଏବଂ ଜାତୀୟ ସେବା ଯୋଜନା (NSS) ୟୁନିଟ୍ ସହ ସମନ୍ୱୟରେ କରାଯାଇଥିଲା । ଏଥିରେ ଜିଲ୍ଲା ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କଲ୍ୟାଣୀ ମିଶ୍ର ମୁଖ୍ୟ ବକ୍ତା ଏବଂ ଡାକ୍ତର ସବିତା ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ସଭାର ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁବାଶ ଚନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖିଥିଲେ ।
ଉକ୍ତ ସଚେତନତା କାର୍ଯ୍ୟକ୍ରମରେ, ଡାକ୍ତର ମିଶ୍ର ରକ୍ତ ଶିକୁଳି ରକ୍ତହୀନତା ରୋଗ ସମ୍ପର୍କିତ ତଥ୍ୟ ଓ ସରକାରଙ୍କ ପକ୍ଷରୁ ଗ୍ରହୀତ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ, ଯେଉଁଥିରେ ଡାକ୍ତର ନାୟକ ରକ୍ତ ଶିକୁଳି ରକ୍ତହୀନତା କ’ଣ ଏବଂ ଏହା ସହିତ କିପରି ଜଣେ ବଞ୍ଚିପାରିବ ସେ ବିଷୟରେ ଆଲୋକ ପାତ କରିଥିଲେ । କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଜାତୀୟ ଡାକ୍ତର ଦିବସ ସହ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପସ୍ଥିତ ମହିଳା ଡାକ୍ତର ଙ୍କୁ ଏହି ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଯାଇଥିଲା । କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହେବାରେ, ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଡ. ଅଭିପ୍ସା ବଳ ଏବଂ NSS ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ବିପିନ ବେହେରା ଙ୍କର ଯୁଗ୍ମ ସମ୍ପାଦନା ରହିଥିଲା । ସଭାର ଶେଷରେ ଯୁବ ରେଡ୍ କ୍ରସ୍ କନ୍ଭେନର-ସେକ୍ରେଟାରୀ ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.